(ଜମ୍ମୁ-କଶ୍ମୀର) : ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଥମିବାର ନାଁ ନାଉନି । ଜମ୍ମୁ-କଶ୍ମୀରର ଅନ୍ତନାଗ ଜିଲ୍ଲାର ହଙ୍ଗଲକୁଣ୍ଡ କୋକରନାଗ ଅଞ୍ଚଳରେ ଗୁରୁବାର ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଏହି ସମୟରେ ହିଜବୁଲ ମୁଜାହିଦ୍ଧିନ୍ର ଶୀର୍ଷ କମାଣ୍ଡର ଜୁନେଦ ଭଟ ସେନା ଗୁଳିରେ ନିହତ ହୋଇଛି। ଆଇଜିପି କଶ୍ମୀର ବିଜୟ କୁମାର ଏହି ସଂଘର୍ଷ ସମ୍ପର୍କରେ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଗୁରୁବାର ସନ୍ଧ୍ୟାରେ ସୁରକ୍ଷାକର୍ମୀମାନେ କୁଲଗାମର ମିଶିପୋରା ଅଞ୍ଚଳରେ ହିଜବୁଲ ମୁଜାହିଦ୍ଧିନ୍ର ଦୁଇ ଆତଙ୍କବାଦୀଙ୍କୁ ଗିରଫ ମାରିବାରେ ସଫଳ ହୋଇଥିଲା। ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ଭିତରେ ସଂଘର୍ଷ ମଙ୍ଗଳବାର ଆରମ୍ଭ ହୋଇଥିଲା। ମିଶିପୋରାରେ ନିହତ ଦୁଇ ଆତଙ୍କବାଦୀଙ୍କ ଭିତରୁ ଜଣେ ଜୁବେର ସୋଫି ଥିଲା, ଯିଏକି ୩୧ ମାର୍ଚ୍ଚରେ ଗୋପାଳପୁରା କୁଲଗାଭରେ ହୋଇଥିବା ହିନ୍ଧୁ ଅଧ୍ୟାପିକା ରଜନୀ ବାଳାଙ୍କ ହତ୍ୟାରେ ସାମିଲ ଥିଲା।
ଜୁନ୍ରେ ଏପର୍ଯ୍ୟନ୍ତ ସୁରକ୍ଷାକର୍ମୀମାନେ କାଶ୍ମୀର ଘାଟିରେ ଅଲଗା ଅଲଗା ସ୍ଥାନରେ ୧୮ ରୁ ଅଧିକ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛନ୍ତି। ଯଦି ଏହି ବର୍ଷର କଥା ହେବା, ତେବେ ଏପର୍ଯ୍ୟନ୍ତ ୧୧୧ ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି ସେନା।