ଆଜି ସକାଳେ ଜାମ୍ମୁ ଓ କାଶ୍ମୀରରେ ଭୂମିକମ୍ପ ଅନୁଭୁତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୯ ରହିଛି । ‘ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି’ର ସୂଚନା ଅନୁଯାୟୀ ଆଜି ଭୋର ୫.୩୮ ମିନିଟରେ ଜମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ସଂଘଠିତ ହୋଇଥିଲା ଭୂମିକମ୍ପ । ଏ ନେଇ ଟ୍ୱିଟ ଯୋଗେ ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି । ଅକ୍ଷାଂଶ ୩୩.୧୫ ଓ ଦ୍ରାଘିମା ୭୫.୬୮ ଅନ୍ତର୍ଗତ ଜାମ୍ମୁ ଓ କାଶ୍ମୀରର ଡୋଡା ଅଞ୍ଚଳରେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଭୂମିକମ୍ପ ସଂଘଠିତ ହୋଇଛି। ଏହା ପୂର୍ବରୁ ଭାରତର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୫.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେହିପରି, ରବିବାର ଦିନ ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ମଧ୍ୟ ୫.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା ବୋଲି ‘ୟୁନାଇଟେଡ୍ ଷ୍ଟେଟସ୍ ଜିଓଲୋଜିକାଲ୍ ସର୍ଭେ’ (ୟୁଏସ୍ଜିଏସ୍) ରିପୋର୍ଟ କରିଛି। ଭୂଗର୍ଭର ୫୪.୨ କିଲୋମିଟର୍ ଅଭ୍ୟନ୍ତରରେ ସନ୍ଧ୍ୟା ୫.୩୦ରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।