ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଥିବା ବେଳେ ସେମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ତେବେ ଏହି ନୂଆ ମନ୍ତ୍ରୀମଣ୍ଡଳରେ ଯାଜପୁର ଜିଲ୍ଲାର ସର୍ବାଧିକ ୨ଜଣ ମନ୍ତ୍ରୀ ହେବାର ସ୍ୱଭାଗ୍ୟ ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରେ ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡ଼େଇ ଏବଂ ବିଂଝାରପୁରରୁ ପ୍ରମିଳା ମଲ୍ଲିକ । ପ୍ରୀତିରଞ୍ଜନ ଘଡ଼େଇଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ମିଳିଥିବା ବେଳେ ପ୍ରମିଳା ମଲ୍ଲିକଙ୍କୁ କ୍ୟାବିନେଟରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ମିଳିଛି । ଏଥିପୂର୍ବରୁ ଏହି ଜିଲ୍ଲାରୁ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ହୋଇଥିଲେ ବି ପରେ ସେ ପଦରୁ ଇସ୍ତଫା ଦେଇଥିଲେ । ତେବେ ଦୀର୍ଘ ୫/୬ ବର୍ଷ ପରେ ଏହି ଜିଲ୍ଲାରୁ ୨ଜଣ ନେତାଙ୍କୁ ମନ୍ତ୍ରୀ ହେବାରେ ସ୍ୱଭାଗ୍ୟ ମିଳିଛି ।