ମଧ୍ୟପ୍ରଦେଶ-: ବୁଧବାର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟପ୍ରଦେଶର ଚିତ୍ରକୂଟ ସ୍ଥିତ ଜଗତ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଆଶ୍ରମ ପରିଦର୍ଶନ କରିଥିବାବେଳେ ତାଙ୍କର ଆଶୀର୍ବାଦ ଲୋଡିଥିଲେ । ଏହି ଅବସରରେ ଜେନେରାଲ ଦ୍ୱିବେଦୀ ଆଶ୍ରମର ସାଧୁ ଓ ଅନ୍ତେବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପାକିସ୍ତାନ ବିରୋଧରେ ହୋଇଥିବା ‘ଅପରେସନ ସିନ୍ଦୂର’ ପରେ ମାନସିକ ଶାନ୍ତି ପାଇବାକୁ ସେ ରାମଭଦ୍ରାଚାର୍ଯ୍ୟଙ୍କୁ ଭେଟିଥିବା କହିଛନ୍ତି ସ୍ଥଳ ସେନାଧ୍ୟକ୍ଷ । ତେବେ ଏହି ସମୟରେ ରାମଭଦ୍ରାଚାର୍ଯ୍ୟ କୌତୂହଳ ପୂର୍ଣ୍ଣ ଭାବେ ଜେନେରାଲ ଦ୍ୱିବେଦୀଙ୍କ ନିକଟରୁ ଗୁରୁ ଦକ୍ଷିଣା ବାବଦକୁ ପିଓକେ (ପାକ୍ ଅଧିକୃତ କାଶ୍ମୀର) ଦାବି କରିଥିବା ଜଣାପଡିଛି ।