ଇସ୍ରାଏଲରେ ବୃଦ୍ଧି ପାଉଛି ସଂକ୍ରମଣ ମାମଲା
ବିଶ୍ବରେ କରୋନା ମୁକ୍ତ ଦେଶ ବୋଲି କୁହାଯାଉଥିବା ଇସ୍ରାଏଲରେ ଏବେ ସଂକ୍ରମଣ ମାମଲା ଚିନ୍ତା ବଢାଇଛି।
(ଦିଲ୍ଲୀ) : ବିଶ୍ବରେ କରୋନା ମୁକ୍ତ ଦେଶ ବୋଲି କୁହାଯାଉଥିବା ଇସ୍ରାଏଲରେ ଏବେ ସଂକ୍ରମଣ ମାମଲା ଚିନ୍ତା ବଢାଇଛି। ଏବେ ଏହି ଦେଶ ବିଶ୍ବରେ ମହାମାରୀର ସବୁଠାରୁ ବଡ ହଟସ୍ପଟ୍ ଭାବରେ ସାମନାକୁ ଆସିଛି। ଏହି ଦେଶର ସମସ୍ତ ଲୋକଙ୍କର ଟିକାକରଣ ହୋଇସାରିଛି। ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସେଠାରେ ପ୍ରତିଦିନ ୧୧,୩୧୬ ମାମଲା ଦେଖିବାକୁ ମିଳିଛି, ଯାହାକି ବର୍ତ୍ତମାନର ସବୁଠାରୁ ଅଧିକ ମାମଲା।
ସୂଚାନାନୁଯାୟୀ , ବୟସ୍କଙ୍କୁ ଭ୍ୟାକସିନ୍ ଦେବାପରେ ଏବେ ଛୋଟ ପିଲାଙ୍କ ପାଇଁ ଫାଇଜର-ବାୟୋଏନ୍ଟେକ୍ ବୁଷ୍ଟର ସଟ୍ ଲଗାଇବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରତିଦିନ ପ୍ରାୟ ୧ ଲକ୍ଷ ଇସ୍ରାଏଲର ଲୋକଙ୍କୁ ଟିକା ଲଗାଯାଉଛି। ସେମାନଙ୍କ ଭିତରୁ ଅଧିକାଂଶଙ୍କୁ ତୃତୀୟ ଡୋଜ୍ ନେବାକୁ ଯାଉଛନ୍ତି। ପ୍ରାୟ ୬୧ ପ୍ରତିଶତ ଇସ୍ରାଏଲର ବାସିନ୍ଦା କରୋନାର ଦୁଇଟି ଡୋଜ୍ ନେଇ ସାରିଛନ୍ତି। ଡେଲ୍ଟା ଭାରିଆଣ୍ଟ ବ୍ୟାପିବା ସହିତ ଇସ୍ରାଏଲରେ ସଂକ୍ରମଣ ମାମଲା ବଡିଛି। ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସେଠାରେ ପ୍ରତିଦିନ ୧୧,୩୧୬ ମାମଲା ଦେଖିବାକୁ ମିଳିଛି, ଯାହାକି ବର୍ତ୍ତମାନର ସବୁଠାରୁ ଅଧିକ ମାମଲା।