ଇସ୍ରାଏଲ ଉପରେ ହମସା ଆତଙ୍କବାଦୀ ଆକ୍ରମର ପରେ ଏବେ ଇସ୍ରାଏଲ ତରଫରୁ ଫିଲିସ୍ତନ ଉପରେ ହଜୋରଦାର ଆକ୍ରମଣ ଜାରି ରହିଛି । ଏସବୁ ଭିତରେ ଇସ୍ରାଏଲ ସେନା ଦାବି କରିଛି କି ଗାଜା ପଟ୍ଟୀ ନିକଟବର୍ତ୍ତୀଅଞ୍ଚଳରୁ ୧୫ଶହ ହମସା ଆତଙ୍କବାଦୀଙ୍କ ଶବ ମିଳିଛି ।
ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବୋଞ୍ଜାମିନ ନେତ୍ରାନ୍ୟାହୁ କହିଛି , ଫିଲିସ୍ତିନ ବନ୍ଧୁକଧାରୀମାନେ ଏବେ ବି ଇସ୍ରାଏଲ ଭିତରେ ଆକ୍ରମଣ ଜାରି ରହିଛନ୍ତି । ଇସ୍ରାଏଲ ସେନା ଗାଜାର ୨୦ ରୁ ଅଧିକ ଠିକଣା ଉପରେ ଆକ୍ରମଣ କରିଛନ୍ତି । ଇସ୍ରାଏଲର ସୈନ୍ୟ ପ୍ରବକ୍ତା ରିଚର୍ଡ ହେଚଟ୍ କହିଛନ୍ତି କି, ଗାଜା ପଟ୍ଟୀ ଆଖପାଖ ଅଞ୍ଚଳରୁ ହମାସ ଆତଙ୍କବାଦୀଙ୍କ ପାଖାପାଖି ୧୫ ଶହ ଶବ ମିଳିଛି । ସୁରକ୍ଷା ବାହିନୀ ଗାଜା ସହ ସୀମାର ନିୟନ୍ତ୍ରଣ ଉପରେ ଦଖଲ ଦେଇଛି । ଗତକାଲି ରାତିରୁ କେହି ବି ସୀମା ଭିତରକୁ ପ୍ରବେଶ କରିନଥିବା କଥା ସେ କହିଛନ୍ତି ।
ସୂଚନା ଥାଉକି ଶନିବାର ଦିନ ହମାସ ଆତଙ୍କବାଦୀମାନେ ହଜାର ହଜାର ରକେଟ୍ ସହାୟତାରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଭିତରେ ପ୍ରବେଶ କରି ଲୋକଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।