ମୋନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଲା ଇସ୍କନ

ନୂଆଦିଲ୍ଲୀ : ବିଜେପି ସାଂସଦ ତଥା ପଶୁପ୍ରେମୀ ମେନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛି ଇସ୍କନ। ନିଜ ଗୋଶାଳାରୁ ଇସ୍କନ କଂସେଇ ମାନଙ୍କୁ ଗାଈ ଯୋଗାଣ କରୁଛି ବୋଲି ମେନକା ଗମ୍ଭୀର ଅଭିଯୋଗ କରିଥିଲେ ଇସ୍କନ କହିଛି, ମେନକାଙ୍କ ଏପରି ଅପମାନଜନକ, ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ତାଙ୍କର ଏପରି ଅଭିଯୋଗ ଦ୍ୱାରା ଆମର ବିଶ୍ବବ୍ୟାପୀ ଭକ୍ତ, ସମର୍ଥକ ଏବଂ ଶୁଭେଚ୍ଛୁ ସମୁଦାୟ ଗଭୀର ମର୍ମାହତ ହୋଇଛନ୍ତି ଇସ୍କନ ବିରୋଧରେ ଏପରି ବିଭ୍ରାନ୍ତିକର ପ୍ରଚାର ବିରୋଧରେ ନ୍ୟାୟ ପାଇବାକୁ ଆମେ ଯଥାସମ୍ଭବ ପ୍ରୟାସ କରିବୁ।

ଏହାପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରାଣୀ ଅଧିକାର କର୍ମୀ ମେନକା ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ସେ ଏହି ଭିଡ଼ିଓରେ କହିଥିଲେ ଆନ୍ତର୍ଜାତିକ କୃଷ୍ଣ ଚେତନା ସମାଜଇସ୍କନସଂସ୍ଥା ଦୁନିଆର ସବୁଠୁ ବଡ଼ ଠକ ସଂଗଠନ। ଇସ୍କନ ଦ୍ବାରା ବିଭିନ୍ନ ସ୍ଥାନରେ ଗୋଶାଳା କରାଯାଇଥିଲେ ହେଁ ଗାଈମାନଙ୍କୁ କଂସେଇ ହାତକୁ ଟେକି ଦିଆଯାଉଛି ଇସ୍କନ ଅନେକ ଗୋଶାଳା ପ୍ରତିଷ୍ଠା କରିଛି, ଏଥିପାଇଁ ଜମି ଯୋଗାଇବା ସହ ସରକାର ସେମାନଙ୍କୁ ସବୁ ସୁବିଧା ଦେଉଛନ୍ତି କିନ୍ତୁ ଇସ୍କନ ନିଜ ଗୋଶାଳାରେ ଥିବା ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେଉ ନାହିଁ କ୍ଷୀର ଦେଉନଥିବା ଗାଈ ଗୁଡ଼ିକୁ ସେମାନେ କଂସେଇ ମାନଙ୍କୁ ବିକି ଦିଅନ୍ତି ବୋଲି ମେନକା ଗାନ୍ଧୀ ଅଭିଯୋଗ କରିଥିଲେ