ପାକିସ୍ତାନକୁ ଧ୍ୱସଂ କରିବାକୁ ଆଇଏସକେର ଚେତାବନୀ

ନୂଆଦିଲୀ: ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି ଆତଙ୍କବାଦୀ ସଙ୍ଗଠନ ଆଇଏସତ ଖୋରାସାନ୍ । ତାଲିବାନ ଶାସନକୁ ଫେରିବା ପରେ ବି ପାକିସ୍ତାନ ହସ୍ତକ୍ଷେପ କରି ଆଫଗାନିସ୍ତାନକୁ ନଷ୍ଟ କରିଦେଇଛି । ଏନେଇ ପାକିସ୍ତାନକୁ ଧ୍ୱଂସ କରିବା ଲକ୍ଷ ବୋଲି କହିଛନ୍ତି ଆଇଏସ୍କେ ପ୍ରବକ୍ତା । ଏହାସହ ସାରା ବିଶ୍ୱରେ ଶରିଆ ଆଇନ ଲାଗୁ କରାଯିବ ଏବଂ ଇସଲାମ ଓ କୋରାନ ବିରୋଧୀଙ୍କୁ ଆତଙ୍କବାଦୀଙ୍କ କ୍ରୋଧର ଶିକାର ହେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି ସଙ୍ଗଠନ । ଅନ୍ୟପଟେ ଆଇଏସକେର ପ୍ରବକ୍ତା ନାଜିଫୁଲା ସୂଚନା ଦେଇକହିଛନ୍ତି ଯେ , ପାକିସ୍ତାନକୁ ନଷ୍ଟ କରିବା ତାଙ୍କର ଲକ୍ଷ । ପାକିସ୍ତାନ ନିଜ ସ୍ୱାର୍ଥ ସାଧନ କରିବାକୁ ତାଲିବାନ ସହ ହାତ ମିଶାଇବା ପରେ ଆଫଗାନିସ୍ତାନ ତଳିତଳାନ୍ତ ହୋଇପଡ଼ିଛି ବୋଲି କହିଛନ୍ତି ନାଜିଫୁଲା ।