ନୂଆଦିଲ୍ଲୀ: ଆମେରିକା ଉପରେ ଆଫଗାନିସ୍ଥାନର କୁଖ୍ୟାତ ଆତଙ୍କବାଦୀ ଆଇଏସ୍ଆଇଏସ୍-କେର ଆକ୍ରମଣ ଯୋଜା । ଆସନ୍ତା ୬ମାସ ମଧ୍ୟରେ ବଡ଼ ଧରଣର ହମଲା ହୋଇପାରେ ବୋଲି ଆମେରୀକିୟ ଗୁଇନ୍ଦା ସଂସ୍ଥା ଆଶଙ୍କା କରିଛି । ଏନେଇ ପ୍ରତିରକ୍ଷା ନୀତି ବିଭାଗ ଯୁଗ୍ମସଚିବ କଲିନ କହଲ କହିଛନ୍ତି, ଆମେରିକାର ଜାତୀୟ ନିରାପତ୍ତା ଲାଗି ଆଇଏସ ବଡ ବିପଦ ଭାବେ ଉଭା ହୋଇଛି ଏବଂ ଆକ୍ରମଣ ଲାଗି ଯୋଜନା କରିଛି । ଆଫଗାନିସ୍ତାନରେ କ୍ରମଶଃ ଆଇଏସଆଇଏସ-କେ ଶକ୍ତିଶାଳୀ ହେବାରେ ଲାଗିଛି । ଏହା ଉପରେ ଏବେ ତାଲିବାନ ନିଜ ନିୟନ୍ତ୍ରଣ ଯରାିଛି । ବିଶେଷ କରି ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଏସବୁ ସଙ୍ଗଠନ ସକ୍ରିୟ ହୋଇଛନ୍ତି । ଆଫଗାନିସ୍ତାନ ମାଟିକୁ ଆତଙ୍କବାଦୀ ବ୍ୟବହାର ନ କରନ୍ତୁ ବୋଲି ଆମେରିକା ଚାହୁଁଥିବା ବେଳେ ଏହା ସମ୍ଭବ ହୋଇନାହିଁ।