ଋଷବ ପନ୍ଥଙ୍କୁ ଧନ୍ୟବାଦ ଜଣାଇଲେ ଈଶାନ କିଷାନ, ବ୍ୟାଟ୍‌ରେ RP17 ଲେଖି କରିଥିଲେ ବ୍ୟାଟିଂ

0

ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ୟ ଟେଷ୍ଟ ଚାଲିଛି । ଏହି ମ୍ୟାଚରେ ଇଣ୍ଡିଆ ଟିମ  ଠାରୁ ଅନ୍ୟ  ଟିମ ବହୁ ଆଗରେ ରହିଛି । ସିରିଜ ଶେଷ ମ୍ୟାଚରେ  ୨ୟ ଇନିଂସରେ ଦୁଇ ଓ୍ୱିକେଟ୍ ହରାଇ ୧୮୧ ରନ କରିଥିଲା ଟିମ୍ ଇଣ୍ଡିଆ । ଏହି ସମୟରେ  ବିସ୍ଫୋରକ ବ୍ୟାଟିଂ କରିଥିଲେ ଯୁବ ବ୍ୟାଟର ଇଷାନ୍ କିଷାନ୍ । ସେ ୩୪ ବଲରେ  ୧୫୨.୯୪ର ଷ୍ଟ୍ରାଇକ୍ ରେଟ୍ ୫୨ ରନ୍ ସଂଗ୍ରହ କରିଥିଲେ । ଏଥିରେ ୪ଟି ଚୌକା ଏବଂ ୨ଟି ଛକା ସାମିଲ ରହିଛି । ତେବେ ବ୍ୟାଟିଂ ପରେ ରିଷଭ ପନ୍ଥଙ୍କୁ ଧନ୍ୟବାଦ ଜଣାଇଥିଲେ ଈଶାନ କିଷାନ୍ । ଏପିରିକି ବ୍ୟାଟିଂ କରୁଥିବା ସମୟରେ ଇଷାନ୍ ନିଜ ବ୍ୟାଟରେ RP17 ଲେଖିଥିବା ଦେଖିବାକୁ ମିଳିଛି । (RP17ର ମାନେ ହେଉଛି RP- ରିଷଭ ପନ୍ଥ, 17-ରିଷଭ ପନ୍ଥଙ୍କ ଜର୍ସି ନମ୍ବର)

ତେବେ ମ୍ୟାଚ୍ର ୪ର୍ଥ ଦିନ ଖେଳ ଶେଷ ପରେ ଇଷାନ୍ କହିଥିଲେ କି, ମୁଁ ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଥିଲି । ସେଠାରେ ରିଷଭ ପନ୍ଥ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମୟରେ ରିଷଭ ପନ୍ଥ ମୋତେ କିଛି କଥା ଶିଖାଇଥିଲେ । ଖାସ୍ କରି ମୋ ବ୍ୟାଟ ଧରିବା ଷ୍ଟାଇଲର  କିଛିଟା ପରିବର୍ତ୍ତନ କରିବାକୁ କହିଥିଲେ ରିଷଭ । ମୁଁ ତାଙ୍କ କଥା ମାନି ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେହିପରି ବ୍ୟାଟ୍ ଧରିବା ଆରମ୍ଭ କରିଥିଲି । ଯାହା ମୋତେ ଭଲ ସଫଳତା ଦେଇଛି । ପୂର୍ବରୁ ଆମେ ଦୁଇ ଜଣ ଏକାଠି ଅଣ୍ଡର-୧୯ ପାଇଁ କ୍ରିକେଟ୍ ବି ଖେଳିଥିଲୁ ।

ସେ ଆହୁରୀ ମଧ୍ୟ କହିଥିଲେ ଯେ, ପଞ୍ଚମ ଦିନରେ ବେଶ୍ ରୋମାଞ୍ଚକର ହେବ ମୁକାବିଲା । ତେଣୁ ଆମକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ସକାଳୁ ସକାଳୁ ବିରୋଧୀ ଟିମର  ଓ୍ୱିକେଟ୍ ନେବାକୁ ପଡିବ । ଯେତେ ଶୀଘ୍ର ଆମେ ଓ୍ୱିକେଟ୍ ନେବୁ, ସେତେ ଶୀଘ୍ର ମ୍ୟାଚ୍କୁ ଆମ ପକ୍ଷରେ କରିବାରେ ସହଜ ହେବ ।