(ମୁମ୍ବାଇ) : ଆଜିକାଲି ବିଶିଷ୍ଟ ବ୍ୟକ୍ତିଙ୍କ ପୋଷାକ ପାଇଁ ସେମାନେ ବେଶ ଚର୍ଚାରେ ରହିଆସୁଛନ୍ତି । ତେବେ ଏହାରି ମଧ୍ୟରେ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଅଲିଅଳି ଝିଅ ଈଶା ଅମ୍ବାନୀ ନିଜର ଷ୍ଟାଇଲ୍ ପାଇଁ ପ୍ରଶଂସାର ପାତ୍ରୀ ବନିଛନ୍ତି । ସେ ନିକଟରେ ମେଟ୍ ଗାଲା ୨୦୨୩ରେ ଯୋଗ ଦେଇଛନ୍ତି। ଏକ ସୁନ୍ଦର ଶାଢ଼ି ଗାଉନ୍ ପିନ୍ଧି ନ୍ୟୁୟର୍କ ସହରରେ ହେଉଥିବା ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ଈଶା। ସେଠାରେ ବି ତାଙ୍କ ଷ୍ଟାଇଲ୍ ଓ ପୋଷାକ ସମସ୍ତଙ୍କ ମନ କିଣିଛି।
ସେପଟେ ଦେଶୀ ଓ ବିଦେଶୀର ସମିଶ୍ରଣରେ ବନିଥିବା ପୋଷାକଟିକୁ ପିନ୍ଧି ଈଶା ବେଶ୍ ଆକର୍ଷଣୀୟ ଦିଶୁଥିଲେ। ମୁକେଶ ତନୟା। ଈଶାଙ୍କର ମେକ୍-ଅପ୍ ବି ଥିଲା ବେଶ୍ ଚମତ୍କାର। ସେ ଏକଦମ ସାଧାରଣ ମେକ୍ଅପ୍ ନେଇ ଢେର୍ ଆକର୍ଷଣୀୟ ଦିଶୁଥିଲେ।
ସୂଚାନୁଯାୟୀ , ନିକଟରେ ବି ଈଶାଙ୍କ ପୋଷାକକୁ ନେଇ ଚର୍ଚ୍ଚା ହୋଇଥିଲା। ନିକଟରେ ଈଶାଙ୍କୁ ‘ଗ୍ରେଟ୍ ଇଣ୍ଡିଆନ୍ ମ୍ୟୁଜିକାଲ୍ ସୋ’ରେ ଦେଖିବାକୁ ମିଳିଥିଲା। ସେ ସୋ’ର ଶେଷ ଦିନରେ ଏକଦମ ସାଧାରଣ ଲୁକ୍ରେ ନଜର ଆସିଥିଲେ।