ହମାସ ମୁଖ୍ୟ ଇସ୍ମାଇଲ ହାନିୟାଙ୍କ ମୃତ୍ୟୁ ପରେ ଇରାନ- ଇଜରାଏଲ ବିବାଦ ଘନେଇଲା । ଇରାନର ସୁପ୍ରିମ ନେତା ଆୟାତୁଲ୍ଲାହ ଅଲି ଖାମେନେଇ ଇରାନକୁ ଇଜରାଏଲ ଉପରେ ଆକ୍ରମଣ ପାଇଁ ଦେଇଛନ୍ତି ଖୋଲା ନିର୍ଦ୍ଦେଶ । ନ୍ୟୁୟର୍କ ଟାମ୍ସ ରିପୋର୍ଟ ମୁତାବକ, ଇରାନର ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବକୁ ହାନିୟା ନିମନ୍ତ୍ରିତ ଅତିଥି ହୋଇ ଆସିଥିବା ବେଳେ ଇଜରାଏଲ ତାଙ୍କ ଠିକଣାରେ ବିସ୍ଫୋରଣ କରି ତାଙ୍କୁ ହତ୍ୟା କରିଛି । ଯାହାକୁ ନେଇ ଆୟାତୁଲ୍ଲାହ ରାଗିପାଚି ନୟାନ୍ତ । ନିଜ ଘରକୁ ଆସିଥିବା ଅତିଥିଙ୍କୁ ଇଜରାଏଲ ହତ୍ୟା କରିବାକୁ ଗ୍ରହଣ କରି ପାରୁ ନାହାନ୍ତି ଆୟାତୁଲ୍ଲାହ । ହେଲେ ଏପର୍ଯ୍ୟନ୍ତ ଇଜରାଏଲ ହାନିଆଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିନାହିଁ ।
ଆୟାତୁଲ୍ଲାହଙ୍କ ନିର୍ଦ୍ଦେଶ ପରେ ଇରାନ କେମିତି ଆକ୍ରମଣ କରିବ ତାହା ସ୍ପଷ୍ଟ ହୋଇନାହିଁ । କାରଣ ଇଜରାଏଲକୁ ସାମ୍ନା କରିବାକୁ ଇରାନ ପାଖରେ ସାଧନ ନାହିଁ । ଚଳିତ ଏପ୍ରିଲରେ ଇରାନ ଇଜରାଏଲ ଉପପେ ୩୦୦ ପ୍ରୋଜେକ୍ଟାଇଲ ଆକ୍ରମଣ କରିଥିଲା । ସେଥିରୁ ୯୯ ପ୍ରତିଶତ ବିଫଳ ହୋଇଥିଲା । କାରଣ ଇଜରାଲର ସୁରକ୍ଷା ବ୍ୟବସ୍ଥା ଉଚ୍ଚକୋଟିର । ଇଜରାଏଲ ବହୁସ୍ତରୀୟ ବିମାନ ସୁରକ୍ଷାର ବ୍ୟବସ୍ଥା କରିଛି । ତାକୁ ଭେଦ କରିବା ଇରାନ ପାଇଁ ଅସମ୍ଭବ । ତେଣୁ ଇରାନ ହିଜବୁଲାହ, ହୁତି କି ହମାସ ସଂଗଠନର ସହାୟତା ନେବ ଇଜରାଏଲ ଉପରେ ଆକ୍ରମଣ କରିବାକୁ ।