ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କଲା ଇରାନ । ନଭେମ୍ବରରୁ ଲାଗୁ ହେବ ଏହି ନୂଆ ନିୟମ । ତେବେ ଇରାନ ଯିବାକୁ ପ୍ଲାନ କରୁଥିଲେ ଏବେ ଦେବାକୁ ପଡିବ ପଇସା । କାରଣ ଏବେ ଇରାନ ଗଲେ ଆଉ ହୋଇ ପାରିବନି ଭିସା ଫ୍ରି ଏଣ୍ଟ୍ରି । ଏବେ ଇରାନ ଗଲେ ଦରକାର ପଡିବ ଭିସା । କାରଣ ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କରିଛି ଇରାନ । ତେବେ ଚାକିରୀ ନାଁରେ ଭାରତୀୟଙ୍କୁ ଇରାନ ନେଇ କିଡନାପିଂ କରାଯାଉଥିବା ହୋଇଥିଲା ଅଭିଯୋଗ । ଆଉ ଏଭଳି ଅଭିଯୋଗ ପରେ ଏହି ନୂଆ ନିଷ୍ପତ୍ତି ନେଇଛି ଇରାନ ।
ଏହାସହ ପୂର୍ବରୁ ମଧ୍ୟ ଏନେଇ ସତର୍କ କରାଇଥିଲା ଭାରତର ବୈଦେଶିକ ମନ୍ତ୍ରାଳୟ । ଭାରତୀୟଙ୍କୁ କେବଳ ଚାକିରୀ ନୁହେଁ, ବରଂ ଫ୍ରି ଏଣ୍ଟ୍ରିର ଲୋଭ ଓ ଅନ୍ୟାନ୍ୟ ଲୋଭ ଦେଖାଇ ଡାକିବା ପରେ ତାଙ୍କୁ ଅପହରଣ କରାଯାଉଥିବା ଭଳି ବହୁ ମାମଲା ସାମ୍ନାକୁ ଆସିଥିଲା । ତେବେ ନୂଆ ନିୟମ ଅନୁସାରେ ଏଣିକି ଇରାନ ଯାତ୍ରା କରିବାକୁ ହେଲେ ଆଗୁଆ ଭିସା ପାଇଁ ଆବେଦନ କରିବାକୁ ପଡିବ । ଏପରିକି ଇରାନକୁ କେବଳ ଟ୍ରାନଜିଟ ରୁଟ ପାଇଁ ବ୍ୟବହାର କଲେ ମଧ୍ୟ ଭିସା ବାଧ୍ୟତାମୂଳକ କରାଯାଇଛି । ସବୁ ଏୟାରଲାଇନ୍ସ ଗୁଡିକୁ ଭିସା ସ୍ଥିତି ଯାଞ୍ଚ କରିବାକୁ ଦିଆଯାଇଛି ପରାମର୍ଶ ।