IPS ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ପୁରି ଏସପି

ଭୁବନେଶ୍ଵର: IPS ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୧୭ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର । ଡିଆଇଜିଙ୍କ ଠାରୁ ଆରମ୍ଭ କରି ଏସପି ପର୍ଯ୍ୟନ୍ତ ସବୁ ବଡ ବଡ ଅଫିସରଙ୍କୁ ବଦଳି କରାଯାଇଛି । ସନ୍ତୋଷ ବାର୍ଲାଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ବ ମିଳିଥିବା ବେଳେ ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍‌ ପୋଲିସ IG ଏବଂ ସଞ୍ଜୟ କୁମାର କୌଶଲ EOW ଆଇଜି ହୋଇଛନ୍ତି । ସେହିପରି ଅଶ୍ଵିନୀ କୁମାରଙ୍କୁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଦାୟିତ୍ଵ ମିଳିଥିବା ବେଳେ ସତ୍ୟଜିତ ନାୟକଙ୍କୁ ପୋଲିସ କେନ୍ଦ୍ରୀୟ ରେଞ୍ଜର ଡିଆଇଜି, ପିନାକ ମିଶ୍ରଙ୍କୁ ପୋଲିସ ପୂର୍ବାଞ୍ଚଳ ରେଞ୍ଜର ଡିଆଇଜି, ପରମାରସ୍ମିତ ପରସୋତ୍ତମଦାସଙ୍କୁ କ୍ରାଇମବ୍ରାଞ୍ଚ ଏସପି, ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଦା ଏସପି ଭାବେ ଦାୟିତ୍ବ ମିଳିଛି । ସେହିପରି ପ୍ରତୀକ ସିଂଙ୍କୁ ପୁରୀ ଏସ୍‌ପି ଦାୟିତ୍ଵ ମିଳିଥିବା ବେଳେ ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର ଏସ୍‌ପି, ବୀନିତ ଅଗ୍ରୱାଲଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି, ରାଜ ପ୍ରସାଦଙ୍କୁ ସ୍ପେଶାଲ ବ୍ରାଞ୍ଚ୍‌ ଏସ୍‌ପି, ଜି ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଝାରସୁଗୁଡ଼ା ଏସ୍‌ପି, ଅଙ୍କିତ କୁମାର ବର୍ମାଙ୍କୁ ଜଗତସିଂହପୁର ଏସ୍‌ପି, ଅମ୍ରିତପାଲ ସିଂଙ୍କୁ ନୂଆପଡ଼ା ଏସ୍‌ପି, ଅମ୍ରିତପାଲ କୌରଙ୍କୁ ସୁନ୍ଦରଗଡ଼ ଏସ୍‌ପି ଏବଂ ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ରେଲୱେ, କଟକ ଏସ୍‌ପି ଭାବେ ଦାୟିତ୍ଵ ମିଳିଛି ।