IPS ପ୍ରଶିକ୍ଷାର୍ଥୀମାନେ ଓଡ଼ିଶା ଭ୍ରମଣରେ ଆସି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସାକ୍ଷାତ

୭୭ତମ ବ୍ୟାଚର ୨୬ ଜଣ IPS ପ୍ରଶିକ୍ଷାର୍ଥୀମାନେ ଓଡ଼ିଶା ଭ୍ରମଣରେ ଆସି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ପ୍ରଶିକ୍ଷାର୍ଥୀମାନଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବା ସହ ସାଧାରଣ ଲୋକଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରିବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହା ସହ ସେ ପ୍ରଶିକ୍ଷାର୍ଥୀମାନଙ୍କ ଉଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ।