ଆଜି ପ୍ଲେ ଅଫ୍ ମ୍ୟାଚରେ ମୁହଁମୁହିଁ ହେବେ ଗୁଜୁରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲସ

ନୂଆଦିଲ୍ଲୀ: ଆଜି ଖେଳାଯିବ ଆଇପିଏଲ ସିଜିନର ପ୍ଲେ ଅଫ୍ ମ୍ୟାଚ୍ । ଏହି ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲସ ମୁହଁମୁହିଁ ହେବେ । କୋଲକାତାର ସନ୍ଧ୍ୟା ୭ଟା ୩୦ରେଇଡେନଗାର୍ଡେନରେ ହେବ ଖେଳ । ଏଥର ଆଇପିଏଲରେ ଗୁଜୁରାଟ ଓ ରାଜସ୍ଥାନ ପଏଣ୍ଟ ଟେବୁଲରେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି ।

ପଏଣ୍ଟ ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ରହିଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଉଭୟଙ୍କ ମଧ୍ୟରେ ଆସନ୍ତାକାଲି ହେବ ଏଲିମିନେଟର ମ୍ୟାଚ । କିନ୍ତୁ ଆଜିର ମ୍ୟାଚ ଜିତି ସିଧାସଳଖ ଫାଇନାଲ ଟିକେଟ କାଟିବାକୁ ଉଦ୍ୟମ କରିବେ ଗୁଜୁରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲସ । ଏଥିରେ ଯିଏ ପରାଜିତ ହେବ ତାକୁ ଅନ୍ୟ ଏକ ସୁଯୋଗ ମଧ୍ୟ ମିଳିବ । ଆଜିର ପରାଜିତ ଟିମ୍ ପୁଣି ମୁହାଁମୁହିଁ ହେବ ଏଲିମିନେଟର ମ୍ୟାଚର ବିଜୟୀ ଦଳ ସହିତ ।