ଗ୍ରାହକଙ୍କୁ ଝଟ୍‌କା : ଅନଲିମିଟେଡ 5G ସେବା ବନ୍ଦ କରିଦେଇଛି ଜିଓ

ଜିଓ ଗ୍ରାହକଙ୍କୁ ଝଟ୍‌କା । ଅନଲିମିଟେଡ 5G ସେବା ବନ୍ଦ କରିଦେଇଛି ଜିଓ । କିଛି ନିର୍ଦ୍ଦିଷ୍ଟ ପ୍ଲାନ ସହ ଅନଲିମିଟେଡ 5G ସର୍ଭିସ ଦେବାକୁ କମ୍ପାନୀ ସ୍ଥିର କରିଛି । ଅନ୍ୟପଟେ ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ରିଲିଆନ୍ସ ଜିଓ । ଜୁଲାଇ ୩ ତାରିଖରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ଦର । ଏବେ ଲୋକମାନେ ଅଧିକ ଟଙ୍କା ଦେଇ ସେମାନଙ୍କ ମୋବାଇଲ ରିଚାର୍ଜ କରିବେ।

୨୮ ଦିନିଆ ପ୍ଲାନ…

୧୫୫ ଟଙ୍କିଆ ପ୍ଲାନ ହେଲା ୧୮୯ ଟଙ୍କା

୨୦୯ ଟଙ୍କିଆ ପ୍ଲାନ ହେଲା ୨୪୯ ଟଙ୍କା

୨୩୯ ପ୍ଲାନ ହେଲା ୨୯୯ ଟଙ୍କା

୨୯୯ ପ୍ଲାନ ହେଲା ୩୪୯ ଟଙ୍କା

୩୪୯ ପ୍ଲାନ ହେଲା ୩୯୯ ଟଙ୍କା

 

୫୬ ଦିନିଆ ପ୍ଲାନ୍…

ସେହିପରି କମ୍ପାନୀ ନିଜର ୫୬ ଦିନିଆ ପ୍ଲାନକୁ ବି ବଢ଼ାଇ ଦେଇଛି । ୪୭୯ ଓ ୫୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୫୭୯ ଓ ୬୨୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

୮୪ ଦିନିଆ ପ୍ଲାନ୍

ତିନି ମାସିଆ (୮୪) ଦିନିଆ ପ୍ଲାନରେ ବି ପରିବର୍ତ୍ତନ ହୋଇଛି । ପୂର୍ବରୁ ଏହି ପ୍ଲାନରେ ୩୯୩, ୬୬୬, ୭୧୯ ଓ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ହେଲେ ଏବେ ୪୭୯, ୭୯୯, ୮୫୯ ଓ ୧୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ବର୍ଷିକିଆ ପ୍ଲାନ୍

୩୩୬ ଦିନ ବର୍ଷିକିଆ ପ୍ଲାନର ଦାମ ବି ବଢ଼ିଛି । ପୂର୍ବରୁ ଏହି ପ୍ଲାନ ପାଇଁ ୧୫୫୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୧୮୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ୩୬୫ ଦିନ ପ୍ଲାନ୍ ପାଇଁ ପୂର୍ବରୁ ୨୯୯୯ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୩୫୯୯ ଟଙ୍କା ଦେବାକୁ ପଡିବ ।