ଗତକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଦୁବାଇ ଆର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ହୋଇଥିବା ଲଢେଇରେ ଭାରତ ବିଜୟ ହାସଲ କରିଥିଲା । ତେବେ ପାକିସ୍ତାନର ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ପାକିସ୍ତାନୀ କିମ୍ବଦନ୍ତି କ୍ରିକେଟର ଇଞ୍ଜମାମ ଉଲ ହକ ଡିପେଣ୍ଡିଂ ।

ସେ ନିଜ ୟୁଟ୍ୟୁବ୍ ଜରିଆରେ ଏକ ପୋଷ୍ଟ କରି କ୍ରିକେଟ ଟିମର ବିଫଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ପ୍ରଥମେ ସିଲେକ୍ସନ ଟିମକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଏହା ପ୍ରଥମ ଟୁର୍ଣ୍ଣାମେଣ୍ଟ ନୁହେଁ ଯେଉଁଠାରେ ପାକିସ୍ତାନ ଖରାପ ପ୍ରଦର୍ଶନ କରିଛି । ବରଂ ସେ ସବୁଥର ଦଳର ଚୟନ ଉପରେ ଅସନ୍ତୋଷ ଝାଡିଛନ୍ତି ।

ଭିଡିଓରେ ସେ କହୁଛନ୍ତି ଖେଳ ଆରମ୍ଭରୁ ଆମ ଉପରେ ଟିକେ ଚାପ ପଡିବା ମାତ୍ରେ ଆମେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡୁ । ଏହାବ୍ୟତୀତ ସେ ଖେଳିବାକୁ ଆସିଥିବା କୈାଣସି ୮ଟି ଟିମ ମଧ୍ୟରୁ ୭ ଟିମ୍ ନିୟମିତ ଗୋଟି ଏ ସ୍ପିନର ସହିତ ଖେଳିବାକୁ ନେଇ ପ୍ରଶ୍ନ କରିଥିଲେ । ଗତକାଲିର ମ୍ୟାଚକୁ ଦର୍ଶାଇ ସେ କହିଛନ୍ତି କେବଳ ଜନେ ସ୍ପିନରଙ୍କୁ ଚୟନ କରାଯାଇଥିଲା । ଯାହାର କୈାଣସି ବିକଳ୍ପ ନଥିଲା । ଏହା ଏକ ବଡ ଭୁଲ ଅଟେ । ଆନ୍ତର୍ଜାତୀୟ ମ୍ୟାଚ ଚାଲିଥିବା ବେଳେ କେବଳ ଜଣେ ସ୍ପିନରଙ୍କ ସହିତ ନିୟମିତ ମ୍ୟାଚ ଖଳେିବା କିପରି ଯଥାର୍ଥ ଅଟେ?

ପାକିସ୍ତାନ କ୍ରିକେଟର ବୋର୍ଡ ଉଦେଶ୍ୟରେ ସେ କହିଥିଲେ ତୁମର ଚୟନ ଏତେ ‘ଉତ୍କୃଷ୍ଟ’ ଯେ ତୁମେ ଜଣେ ଉପଯୁକ୍ତ ବ୍ୟାକଅପ୍ ଓପନର୍ ମଧ୍ୟ ସାମିଲ କରିନାହଁ। ଏବେ, ତୁମେ ବାବରଙ୍କୁ ଓପନିଂ କରିବାକୁ ବାଧ୍ୟ କରୁଛ। ତୁମେ ଫଖରଙ୍କୁ ଓପନିଂ କରିବାକୁ ବାଧ୍ୟ କରୁଛ, ଯଦିଓ ସେ ଗତ ତିନି ବର୍ଷ ମଧ୍ୟରେ ପାକିସ୍ତାନ ପାଇଁ ଏପରି କରିନାହାଁନ୍ତି। ତୁମର ବିଶ୍ୱସ୍ତରୀୟ ତୃତୀୟ ନମ୍ବର ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ସ୍ଥିତି ପରିବର୍ତ୍ତନ ହୋଇଛି। ଏହି ଚମତ୍କାର ପାଇଁ ତୁମର ଚୟନ ପ୍ରଶଂସାର ପାତ୍ର ବୋଲି କହିଥିଲେ।
