ହରିୟାଣାରେ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା

ହରିୟାଣା: ହରିୟାଣାରେ ଦିନକୁ ଦିନ ବଢିବାରେ ଲାଗିଛି ସାମ୍ପ୍ରଦାୟିକ ହିଂସା । ସୁରକ୍ଷା ଦୃଷ୍ଟିରୁ ସେଠାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । ଏବେ ଏହାର ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ନୁହ ସମେତ ଇଣ୍ଟରନେଟ ଏବଂ ଏସଏମଏସ ସେବାକୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ନୁହ ବ୍ୟତୀତ ଏହି ସେବାଗୁଡିକ ଫରିଦାବାଦ, ପାଲୱାଲ ଏବଂ ଗୁରୁଗ୍ରାମ ଜିଲ୍ଲାର ସୋହନା, ପାଟୌଦି ଏବଂ ମାନ୍ସେର ସବ୍-ଡିଭିଜନରେ ବନ୍ଦ ରହିବ ବୋଲି ସୂଚନା ମିଳିଛି।