ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ଵର-: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୋମବାର ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଜି ଇ-କେଓ୍ବାଇସି ଯାଞ୍ଚ କରିବାର ଶେଷ ତାରିଖ । ଯେଉଁମାନେ ଆଜି ଇ-କେଓ୍ବାଇସି ନକରିବେ ସେମାନଙ୍କର କାର୍ଡ ୩ ମାସ ପାଇଁ ସସପେଣ୍ଡ ହେବ । ୩ ମାସ ଭିତରେ ଇ-କେଓ୍ବାଇସି କଲେ କାର୍ଡ ପୁନଃ ସଚଳ ହେବ, ନଚେତ୍ କାର୍ଡ କଟିଯିବ । ତେବେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୫୮ ହଜାର ଲୋକ ଇକେଓ୍ବାଇସି କରିନଥିବା ସୂଚନ ରହିଛି ।