ପୁଣିଥରେ ବାଦ୍ ହିତାଧିକାରୀ କରିପାରିବେ ଅବେଦନ

ସୁଭଦ୍ରା ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ତୃତୀୟ ପର୍ୟ୍ୟାୟରୁ ବଂଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର ଟୁ ଡୋର ସର୍ଭେ। ୧୫ ଦିନ ଭିତରେ ଫିଲଡ଼ ଭିଜିଟ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ । ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ। ବାଦ ପଡ଼ିଥିବା ହିତାଧିକାରୀ ମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରି ପାରିବେ। ଏହା ସହ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ମୃତ କି ଜୀବିତ ବୋଲି ଧରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା ଜ୍ଝ ୧୫ ହଜାର ୯୮୪ ହିତାଧିକାରୀ ମୃତ ହିତାଧିକାରୀ ବାଦ ପଡ଼ିଥିବା ବେଳେ ୧୮୦୫ ଜଣ ଜୀବିତ ଅଛନ୍ତି। ସେମାନଙ୍କୁ ମଧ୍ୟ ସାମିଲ କରାଯିବ। ଅନ୍ୟପଟେ ୩୬ ହଜାର ୭୦୨ ହିତାଧିକାରୀ ଗାଡି କିଣିଥିବା ଯୋଗୁଁ ବାଦ ପଡିଛନ୍ତି। ୨୧ ହଜାର ୩୫ ହିତାଧିକାରୀ ଆୟ କର ଦେବାରୁ ବାଦ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଧାନ ବିକ୍ରି ପଞ୍ଜିକରଣ ଏବଂ କୃଷକ ଭାବେ ପଞ୍ଜିକରଣ କରି ବାଦ ପଡିଛନ୍ତି । ସେ ବାବଦରେ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନ କରାଯିବ।