ଭୁବନେଶ୍ୱର ଗସ୍ତରେ ଆସି ରାଜ୍ୟପାଳଙ୍କୁ ଭେଟିଛନ୍ତି ଇଣ୍ଡୋନେସିଆ ଗାନ୍ଧୀ ଅଗସ୍ ଇନ୍ଦ୍ର ଉଦ୍ୟାନ

ଭୁବନେଶ୍ୱର :  ଓଡ଼ିଶାରେ ପଦ୍ମଶ୍ରୀ ଅଗସ୍ ଇନ୍ଦ୍ର ଉଦ୍ୟାନ । ଭୁବନେଶ୍ୱର ଗସ୍ତରେ ଆସି ରାଜ୍ୟପାଳଙ୍କୁ ଭେଟିଛନ୍ତି ଇଣ୍ଡୋନେସିଆ ଗାନ୍ଧୀ ଅଗସ୍ ଇନ୍ଦ୍ର ଉଦ୍ୟାନ। ସେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବେଳେ ଗାନ୍ଧୀଙ୍କ ଜୀବନ ଦର୍ଶନକୁ ବିଶ୍ୱରେ ପ୍ରଚାର ପ୍ରସାର କରିଥାନ୍ତି । ଆଉ ବିଶ୍ଵର କୋଣ ଅନୁକୋଣରେ ଯାଇ ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ବିଷୟରେ ଶିକ୍ଷା ଦେଇଥାନ୍ତି ତାଙ୍କ ମାର୍ଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥାନ୍ତି । ଅଗସ୍ ଇନ୍ଦ୍ର ଉଦୟାନ ଇଣ୍ଡୋନେସିଆର ହୋଇଥିଲେ ହିଁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ତାଙ୍କୁ ଇଣ୍ଡୋନେସିଆର ଗାନ୍ଧୀ କୁହାଯାଉଛି ।ତେବେ ସେ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ବେଳେ ପଦ୍ମଶ୍ରୀ ଇନ୍ଦ୍ର ଉଦ୍ୟାନ କଳିଙ୍ଗ ବାଲି ସଙ୍ଗମ ନେଇ ଆଲୋଚନା କରିଛନ୍ତି। ଆଉ ବାଲି ରେ କଳିଙ୍ଗ ବାଲିଯାତ୍ରା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।କଳିଙ୍ଗ ବାଲିଯାତ୍ରା କରିବା ପାଇଁ ଆଲୋଚନା କରିବାକୁ ଆସିଛି ଯାହା କଳିଙ୍ଗ ବ ଭାରତ ଓ ବାଲି ବା ଇଣ୍ଡୋନେସିଆକୁ ଏକ ସେତୁରେ ବାନ୍ଧିବ।ଆଉ ଆମ ମାନକ ଭିତରେ ସମ୍ପର୍କକୁ ଦୃଢ କରିବ ବିଶ୍ୱ ଦେଖିବ ଏହି ଯାତ୍ରାକୁ ବୋଲି କହିଛନ୍ତି ଇନ୍ଦ୍ର ଉଦ୍ୟାନ। ସେହିପରି ଖୁବଶିଘ୍ର ବାଲି ସହ ଓଡିଶାକୁ ଯୋଡିବାକୁ ବିମାନ ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି ।