ନୂଆଦିଲ୍ଲୀ:- ଟିମ ଇଣ୍ଡିଆର ଯୁବ କ୍ରିକେଟର ଅଭିଶେକ ଶର୍ମା ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଂରେ ୧ ନମ୍ବର ସ୍ଥାନରେ ରହି ନିଜ କ୍ୟାରିୟରରେ ଏକ ମାଇଲଖୁଣ୍ଟ ପାର୍ କରିଛନ୍ତି । ଟ୍ରାଭିସ୍ ହେଡଙ୍କୁ ପଛରେ ପକାଇ ସେ ଏହି କିର୍ତ୍ତୀମାନ ଅର୍ଜନ କରିଛନ୍ତି । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରେ ଟି-୨୦ ବ୍ୟାଟିଂରେ ଶୀର୍ଷ ସ୍ଥାନ ହାସଲ କରିବାରେ ତୃତୀୟ ଭାରତୀୟ ହୋଇଛନ୍ତି। ଅଭିଷେକ ଗତ ବର୍ଷ ଜିମ୍ବାୱେ ବିପକ୍ଷରେ ଏକ ଧମାକାଦାର ଟି-୨୦ ଶତକ ସହିତ ଅନ୍ତର୍ଜାତୀୟ ସ୍ତରରେ ପ୍ରବେଶ କରିଥିଲେ । ସେବେଠାରୁ ତାଙ୍କର ସ୍ଥିର ପ୍ରଦର୍ଶନ ତାଙ୍କୁ ଶୀର୍ଷରେ ପହଞ୍ଚାଇଛି । ୨୦୨୪ ଟି-୨୦ ବିଶ୍ୱକପ୍ ସମୟରେ ସୂର୍ଯ୍ୟକୁମାରଙ୍କୁ ପଛରେ ପକାଇଥିବା ହେଡ୍ ଗୋଟିଏ ବର୍ଷରୁ ଅଧିକ ସମୟ ପାଇଁ ଶୀର୍ଷ ସ୍ଥାନ ବଜାୟ ରଖିଥିଲେ କିନ୍ତୁ ଅଷ୍ଟ୍ରେଲିଆର କାରିବିଆନରେ ହେଡ ସିରିଜ୍ ଖେଳିପାରି ନଥିଲେ । ଯାହା ଅଭିଷେକଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲି ଦେଇଥିଲା।
ଅଭିଶେକ ଶର୍ମାଙ୍କ ରେଟିଂ ପଏଣ୍ଟ ୮୨୯ ରହିଥିବାବେଳେ ଟ୍ରାଭିସ୍ ହେଡଙ୍କ ରହିଛି ୮୧୪ ପଏଣ୍ଟ । ସେ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଅଭିଶେକ ଶର୍ମା ଏବେ ଟପରେ ରହିଛନ୍ତି । ଉଭୟ ଆଇପିଏଲରେ ଗୋଟିଏ ଟିମରେ ଖେଳୁଥିଲେ । ହାଇଦ୍ରାବାଦ ପକ୍ଷରୁ ଖେଳୁଥିବାବେଳେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ସେପଟେ ଟପ୍ ୧୦ ମଧ୍ୟରେ ଭାରତୀୟ ଖେଳାଳିଙ୍କ ତିଲକ ବର୍ମା ତୃତୀୟ ଏବଂ ସୂର୍ଯ୍ୟକୁମାର ଯାଦବ ଷଷ୍ଠ ସ୍ଥାନରେ ରହିଛନ୍ତି । ସେପଟେ ଜଶସ୍ବୀ ଜୟସ୍ବାଲ ଟପ୍ ୧୦ରୁ ଖସି ୧୧ ନମ୍ବର ସ୍ଥାନରେ ରହିଛନ୍ତି ।