ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ଷ୍ଟେସନ୍ ଗୁଜୁରାଟର ସୁରଟରେ ପ୍ରସ୍ତୁତ ହୋଇରହିଛି

ନୂଆଦିଲ୍ଲୀ-: ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ଷ୍ଟେସନ୍ ଗୁଜୁରାଟର ସୁରଟରେ ପ୍ରସ୍ତୁତ ହୋଇରହିଛି ।  ଆସନ୍ତା ବର୍ଷ ପରୀକ୍ଷାମୂଳକ ଭାବେ ଏହାର ରନ୍ ଆରମ୍ଭ ହେବ । ଏହା ମଧ୍ୟ ଆଶା କରାଯାଉଛି ଯେ ବୁଲେଟ୍ ଟ୍ରେନ୍ ୨୦୨୯ ସୁଦ୍ଧା ଟ୍ରାକରେ ଚାଲିବା ଆରମ୍ଭ କରିବବୁଲେଟ୍ ଟ୍ରେନ୍ । ସୁରଟ ନିକଟରେ ୩୦୦ କିଲୋମିଟର ଲମ୍ବା ଭାୟାଡକ୍ଟ କାମ ଏବେ ସମାପ୍ତ ହୋଇଛି ।

 ୩୦୦ କିଲୋମିଟର ନିର୍ମାଣରୁ ୨୫୭.୪ କିଲୋମିଟର ବ୍ରିଜ୍ ସ୍ପେନ୍ ଲଞ୍ଚିଙ୍ଗ ଶୈଳୀରେ ହୋଇଛି ।  ଏହି କାମ ଦ୍ରୁତ ଗତିରେ ଚାଲିଛି । ନଦୀ ଉପରେ ବ୍ରିଜ୍, ଷ୍ଟିଲ୍ ଓ ପିଏସସି ବ୍ରିଜ୍ ଓ ଷ୍ଟେସନ୍ ବିଲ୍ଡିଂ ମଧ୍ୟ ନିର୍ମାଣ ହୋଇଛି । ଏଯାଏ ଏହି ପ୍ରୋଜେକ୍ଟରେ ୩୮୩ କିଲୋମିଟର ପିୟର୍ସ, ୪୦୧ କିଲୋମିଟରର ଫାଉଣ୍ଡେସନ୍ ଓ ୩୨୬ କିମି ଗର୍ଡର କାଷ୍ଟିଙ୍ଗ ନିର୍ମାଣ ପୂରା ହୋଇସାରିଛି ।

ରେଳ ମନ୍ତ୍ରଣାଳୟ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି ଯେ ଏହି ୩୦୦କିଲୋମିଟର ଗଠନ ମଧ୍ୟରୁ ପ୍ରାୟ ୨୫୭.୪ କିଲୋମିଟର ‘ପୂର୍ଣ୍ଣ ସ୍ପାନ୍ ଲଞ୍ଚିଂ ପଦ୍ଧତି (FSLM)’ ମାଧ୍ୟମରେ ନିର୍ମାଣ କରାଯାଇଛି। ଯେଉଁଥିରେ ୧୪ଟି ନଦୀ ସେତୁ ଅନ୍ତର୍ଭୁକ୍ତ । FSLM ହେଉଛି ଏକ ସେତୁ ନିର୍ମାଣ କୌଶଳ। ଯେଉଁଥିରେ ସମ୍ପୂର୍ଣ୍ଣ ସେତୁ ଡେକ୍ ଗୋଟିଏ ସମୟରେ ଗୋଟିଏ ସ୍ଥାନରେ ନିର୍ମିତ ହୋଇଛି ।

ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚାଲିବ । ଏହି ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତତ୍କାଳୀନ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ୧୪ ସେପ୍ଟେମ୍ବର ୨୦୧୭ରେ ଅହମ୍ମଦାବାଦରେ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ ।