ପାକିସ୍ତାନରେ ଏବେ ବାଜିବ ନାହିଁ ଭାରତୀୟ ଗୀତ

ନୂଆଦିଲ୍ଲୀ: ପାକିସ୍ତାନବାସୀ କାହିଁ କେଉଁ କାଳରୁ ଲତା ମଙ୍ଗେସକର, ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ଗୀତ ଶୁଣି ଆସୁଛନ୍ତି ଏବଂ ବର୍ତ୍ତମାନ ସମୟରେ ଅରିଜିତ ସିଂହ ଓ ଶ୍ରେୟା ଘୋଷାଲଙ୍କ ଭଳି କଣ୍ଠଶିଳ୍ପୀ ପାକିସ୍ତାନୀମାନଙ୍କର ଖୁବ୍ ପସନ୍ଦ। କିନ୍ତୁ ପାକିସ୍ତାନରେ ଏବେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଗୀତ ବାଜିବ ନାହିଁ। ଗୁରୁବାର ପାକିସ୍ତାନ ପ୍ରସାରଣ ସଂଘ(ପିବିଏ) ସୂଚନା ଦେଇଛି ଯେ, ସେମାନେ ସେମାନଙ୍କ ରେଡିଓ ଷ୍ଟେସନଗୁଡ଼ିକରେ ବାଜୁଥିବା ସମସ୍ତ ଭାରତୀୟ ଗୀତକୁ ନିଷେଧ କରିଛନ୍ତି। ପାକିସ୍ତାନର ସୂଚନା ମନ୍ତ୍ରୀ ଅତୁଲ୍ଲାହ ତରାର ଭାରତ ବିରୋଧରେ ପିବିଏର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ ପିବିଏର ସାଧାରଣ ସମ୍ପାଦକଙ୍କୁ ଏକ ପତ୍ର ଲେଖିଛନ୍ତି।

ସୂଚାନ ଅନୁଯାୟୀ , ଏପ୍ରିଲ ୨୨ରେପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି । ଏହା ଭିତରେ ଭାରତ ଏକ ବଡ ପଦକ୍ଷେପସ୍ୱରୂପ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ , ପାକିସ୍ତାନୀ କଳାକାର ଏବଂ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଦେଶରେ ନିଷେଧ କରିଛି ।