ଦେଶର ସବୁଠାରୁ ଲଗଜରୀ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସର । ଏଥିରେ ଯାତ୍ରା ଖୁବ ଆରାମ ଦାୟକ ହୋଇଥାଏ କିନ୍ତୁ ଏବେ ଯାତ୍ରା ଆହୁରୀ ଆରାମ ଦାୟକ ହେବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଫଟୋ ‘ଏକ୍ସ’ରେ ସେୟାର କରି କହିଛନ୍ତି, ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଡିଜାଇନ୍ ପ୍ରାୟତଃ ତିଆରି ହୋଇସାରିଛି ।
ବନ୍ଦେ ଭାରତ ସ୍ଲିପର କୋଚ୍ ଆଇସିଏଫ୍-ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଏବଂ ବିଆଇଏମ୍ଏଲ୍-ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ ଦ୍ୱାରା ତିଆରି କରାଯାଉଛି।ତେବେ ରେଳ ମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, cooming soon… early 2024।
ସୂଚନା ମୁତାବକ, ଆଗାମୀ ବର୍ଷର ପ୍ରଥମ ତିନି ମାସରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଟ୍ରାଏଲ ଆରମ୍ଭ ହେବ ଏବଂ ଏହାପରେ ଯାତ୍ରୀମାନଙ୍କ ପାଇଁ ଏହାର ସଞ୍ଚାଳନ ଆରମ୍ଭ କରାଯିବ । ହେଲେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ କେଉଁ ରୁଟ୍ରେ ଚାଲିବ, ସେ ନେଇ କିଛି ସୂଚନା ମିଳିନାହିଁ ।