ଫ୍ରାନ୍ସ ଠାରୁ ୨୬ଟି ରାଫେଲ ଯୁଦ୍ଧ ବିମାନ କିଣିବ ଭାରତୀୟ ନୌସେନା

ନୂଆଦିଲ୍ଲୀ-: ଭାରତୀୟ ନୌସେନା ପାଇଁ ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ କ୍ୟାବିନେଟ୍‌ କମିଟି (CCS) ମେଗା ଡିଲ୍‌କୁ ମଞ୍ଜୁରୀ ଦେଇଛି । ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୬୩୦୦୦ କୋଟି ଟଙ୍କା । ଏହି ଚୁକ୍ତିନାମାକୁ ଚୂଡ଼ାନ୍ତ କରାଯିବ ଏବଂ ଖୁବ୍‌ଖୀଘ୍ର ସ୍ବାକ୍ଷରିତ କରାଯିବ। ଏହି ଚୁକ୍ତିନାମା ଅନୁଯାୟୀ, ନୌସେନା ୨୨ଟି ସିଙ୍ଗଲ-ସିଟ୍‌ ଏବଂ ୪ଟି ଡବଲ୍‌-ସିଟ୍‌ ରାଫେଲ ସାମୁଦ୍ରିକ ବିମାନ ପାଇବ, ଯାହାକୁ ବିମାନ ବାହକ INS ବିକ୍ରାନ୍ତରେ ନିୟୋଜିତ କରାଯିବ। ଏହି ନିଷ୍ପତ୍ତି ପରେ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବେ ଫ୍ରାନ୍ସ ସରକାରଙ୍କ ସହିତ ଚୁକ୍ତି ପ୍ରକ୍ରିୟା ଶେଷ କରିବ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି  ରାଫେଲ ବିମାନ ଭାରତୀୟ ନୌସେନାର ବାୟୁ କ୍ଷମତାକୁ ବୃଦ୍ଧି କରିବ। ପୂର୍ବରୁ ଥିବା MiG-29K ବିମାନଗୁଡ଼ିକ INS ବିକ୍ରମାଦିତ୍ୟରୁ କାର୍ଯ୍ୟ ଜାରି ରଖିବେ, କିନ୍ତୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକାଶ କରାଯାଇଥିବା ପଞ୍ଚମ ପିଢ଼ିର ସ୍ୱଦେଶୀ ଯୁଦ୍ଧ ବିମାନ ପାଇଁ ଯୋଡା ଯାଇଥିବା ରାଫେଲ ଜେଟ୍ ଏବଂ ଯୋଜନା ସାମଗ୍ରିକ ବାୟୁଶକ୍ତିକୁ ବୃଦ୍ଧି କରିବ । ଯୁଗ୍ମ-ଇଞ୍ଜିନ ଡେକ୍-ଆଧାରିତ ଯୁଦ୍ଧ ବିମାନ ଏରୋନଟିକାଲ୍ ଡେଭଲପମେଣ୍ଟ୍ ଏଜେନ୍ସି ଦ୍ୱାରା ଭାରତୀୟ ବାୟୁସେନା (IAF) ପାଇଁ ବିକଶିତ କରାଯାଉଥିବା ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (AMCA) ର ନୌସେନା ପ୍ରତିପକ୍ଷ ହେବାର ସମ୍ଭାବନା ଅଛି ।