୧୯ ପାକିସ୍ତାନୀ ନାଗରିକଙ୍କୁ ଜଳଦସ୍ୟୁଙ୍କ ଠାରୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ସୋମାଲିଆ ଉପକୂଳରୁ ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ୧୯ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା । ଗତ ୨୪ଘଣ୍ଟାରେ ଆରବ ସାଗରରେ ଜଳଦସ୍ୟୁଙ୍କ ଠାରୁ ୨ ଜାହାଜକୁ ଉଦ୍ଧାର କରିବା ସହିତ ଶତୃ ଦେଶକୁ ମିତ୍ରତାର ହାତ ବଢାଇ ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ ଏବଂ ଅନ୍ୟ ଏକ ଇରାନୀ ଜାହାଜରୁ ୧୭ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା ।
ସୂଚନା ଅନୁଯାୟୀ , କୋଚି ଠାରୁ ପଶ୍ଚିମ ଦିଗରେ ପ୍ରାୟ ୭୦୦ ନଡିକଲ ମାଇଲ ଦୂରରେ ଇରାନର ଏକ ଜାହାଜକୁ ସୁମାଲିଆ ଲୁଟେରା ମାନେ ହାଇଜ୍ୟାକ୍ କରିଥିଲେ । ଏନେଇ ଇରାନ ପକ୍ଷରୁ ଭାରତୀୟ ନୌସେନାକୁ ସାହାର୍ଯ୍ୟ ମଗାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିବଲା ଅପରେସନ ।