ବିଜେପିରେ ଯୋଗଦେବେ ଭାରତୀୟ କ୍ରିକେଟର କେଦାର ଯାଦର

ନୂଆଦିଲ୍ଲୀ: ଆଜି ବିଜେପିରେ ଯୋଗଦେବେ ଭାରତୀୟ କ୍ରିକେଟର କେଦାର ଯାଦର । ସେ ଆଜି ଠାରୁ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ପୁଣେରେ ରହୁଥିବା ୪୦ ବର୍ଷିୟ କେଦାର ଯାଦବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ।

ସୂଚନା ଅନୁଯାୟୀ , ଦାର ଯାଦବ ଭାରତୀୟ ଟିମ୍ ପାଇଁ ଖେଳୁଥିଲେ । ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ସେ ଭାରତୀୟ ଟିମରେ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ୟାରିୟରରେ ୭୩ ଟି ଏକଦିବସୀୟ ଓ ୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏକଦିବସୀୟରେ ତାଙ୍କ ନାମରେ ଦୁଇଟି ଶତକ ଓ ୬ଟି ଅର୍ଦ୍ଧଶତକ ରେକର୍ଡ ରହିଛି  । ଏହାସହ ସେ ୯୫ଟି ଆଇପିଏଲ୍ ମ୍ୟାଚ୍ ଖେଳି ୧୨୦୮ ରନ୍ କରିଛନ୍ତି ।