ଟିକଟକ ଉପରୁ ବ୍ୟାନ ହଟାଇବା ନେଇ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ବଡ ସୂଚନା

ଚାଇନାର ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ଜିନପିଙ୍କଙ୍କୁ ଭେଟିବା ପରେ ଚାଇନା ଏବଂ ଭାରତ ମଧ୍ୟରେ ସମ୍ପର୍କ ସାମାନ୍ୟ ସୁଧାର ଆସିଛି । ଚାଇନର ପ୍ରତିଷ୍ଠିତ ବ୍ୟବସାୟୀ ମାନେ ଭାରତ ବଜାରରେ ସେମାନଙ୍କ ବାଣିଜ୍ୟ ବୃଦ୍ଧି କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆଉ ଭାରତ ମଧ୍ୟ ସେମାନଙ୍କ ଉପରୁ ଭିସା କଟକଣାକୁ କୋହଳ କରିଛନ୍ତି । ଏହାରି ମଧ୍ୟରେ ଭାରତ ଚାଇନା ଆପ୍ କୁ ବ୍ୟାନ କରିଥିବା ବେଳେ ସେ ମଧ୍ୟରୁ ଟିକଟକ ଉପରୁ ବ୍ୟାନ ହଟାଇବା ନେଇ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବଡ ସୂଚନା ଦେଇଛନ୍ତି ।


ଚାଇନାର ସର୍ଟ-ଭିଡିଓ ପ୍ଲାଟଫର୍ମ ଟିକ୍‌ଟକ୍‌ ଉପରେ ଲାଗୁ ବ୍ୟାନ ହଟାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରୀୟ ଆଇଟି, ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏହି ବିଷୟରେ ସରକାର କୌଣସି ଆଲୋଚନା କରିନାହାନ୍ତି। ଟିକ୍‌ଟକ୍‌ ର ମୂଳ କମ୍ପାନୀ ବାଇଟଡାନ୍ସ ଭାରତରେ ପୁନଃପ୍ରବେଶ ପାଇଁ ପ୍ରସ୍ତୁତି କରୁଛି ବୋଲି ଚାଲିଥିବା ଜଳ୍ପନାକୁ ଖଣ୍ଡନ କରି ବୈଷ୍ଣବ କହିଛନ୍ତି କୌଣସି ପକ୍ଷରୁ ଏପରି କୌଣସି ପ୍ରସ୍ତାବ ଆସିନାହିଁ। ଗତ ମାସରେ ଟିକ୍‌ଟକ୍‌ ର ଓ୍ଵେବସାଇଟ୍ ଭାରତରେ ଏୟାରଟେଲ ଓ ଭୋଡାଫୋନ ଭଳି କିଛି ବ୍ରଡବ୍ୟାଣ୍ଡ ଓ ମୋବାଇଲ ନେଟୱାର୍କରେ କ୍ଷଣିକ ପାଇଁ ଉପଲବ୍ଧ ହୋଇଥିଲା। ଯାହା ପରେ ସୋସିଆଲ ମିଡିଆରେ ଏହାର ପ୍ରତ୍ୟାବର୍ତନ ସମ୍ଭାବନା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଅଧିକାରୀମାନେ ଏହାକୁ ଖାରଜ କରିଛନ୍ତି।


ଟିକ୍‌ଟକ୍‌ କୁ ୨୦୨୦ ଜୁନରେ ଜାତୀୟ ସୁରକ୍ଷା ଓ ଡାଟା ଗୋପନୀୟତା ଚିନ୍ତାକୁ ନେଇ ଭାରତରେ ପ୍ରଥମେ ବ୍ୟାନ କରାଯାଇଥିଲା। ଏହା ସହିତ ୫୯ଟି ଚାଇନା ଆପ୍ ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିଲେ। ପରେ ଆପଲ ଓ ଗୁଗଲ ନିଜ ଆପ ଷ୍ଟୋରରୁ ଏହି ଆପଗୁଡ଼ିକୁ ହଟାଇଥିଲେ ଏବଂ ୨୦୨୧ ଜାନୁଆରୀରେ ଏହି ନିଷେଧାଜ୍ଞା ସ୍ଥାୟୀ କରାଯାଇଥିଲା। ସେତେବେଳେ ଭାରତ ଥିଲା ଟିକଟକର ସବୁଠାରୁ ବଡ଼ ବ୍ୟବହାରକାରୀ ବେସ୍, ଯେଉଁଠାରେ ୨୦୦ ନିୟୁତରୁ ଅଧିକ ଲୋକ ଏହା ବ୍ୟବହାର କରୁଥିଲେ।