୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର କହିଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର

୨୦୨୫ ଶେଷ ସୁଦ୍ଧା ଭାରତ ହୋଇପାରେ ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୀତି । ଏ ସମ୍ବନ୍ଧରେ ଆଇଏମଏଫ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି । ଯଦି ଏହା ସତ୍ୟରେ ପରିଣତ ହୁଏ ତେବେ ଆଗାମୀ ଦିନରେ ଭାରତର ଅର୍ଥନୀତି ୪ ଟ୍ରିଲିୟନ ଡଲାରରେ ପହଞ୍ôଚବ । କେବଳ ସେତିକି ନୁହେଁ ଆକଳନ କରାଯାଉଛି କି, ୨୦୨୭ ସୁଦ୍ଧା ଭାରତ ଦ୍ରୁତ ଅଭିବୃଦ୍ଧି ହାର ହାସଲ କରିବା ସହ ବିଶ୍ୱର ତୃତୀୟ ଅର୍ଥନୀତି ଜର୍ମାନୀକୁ ଟପିଯିବ । ୨୦୪୭ ସୁଦ୍ଧା ସରକାରଙ୍କ ମେକ୍ ଇନ ଇଣ୍ଡିଆ ଯୋଜନାରେ ବିକଶିତ ଭାରତର ପ୍ରତିଶୃତି ପୂରଣ ହୋଇପାରେ । କିନ୍ତୁ ପ୍ରସିଦ୍ଧ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏ ସଂକ୍ରାନ୍ତରେ ଭିନ୍ନ ମତ ବ୍ୟକ୍ତ କରିଛନ୍ତି । ଏକ କାର୍ୟ୍ୟକ୍ରମରେ ସେ କହିଛନ୍ତି , ଭାରତକୁ ବିକଶିତ ହେବାକୁ ହେଲେ ଅଭିବୃଦ୍ଧି ହାର ୮.୫ ରୁ ୯ ପ୍ରତିଶତ ହାରରେ ଆଗକୁ ବଢ଼ିବାକୁ ପଡିବ । କାରଣ ଭାରତ ତୁଳନାତ୍ମକ ଭାବେ ଗରିବ ଏବଂ ବିକାଶମୁଖୀ ଦେଶ ।
ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ ଭାରତର ଜିଡିପି ଦୃଢ଼ ରହିଥିବାବେଳେ ରାଜନଙ୍କ ବକ୍ତବ୍ୟ ସାମ୍ନାକୁ ଆସିଛି । ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ ଅଛି । ଅର୍ଥନୀତିଜ୍ଞଙ୍କ ଗବେଷଣାରୁ ଚଳିତ ବର୍ଷ ଏହା ୬. ୫ ପ୍ରତିଶତ ରହିବ ବୋଲି କୁହାଯାଉଛି । ବିଶ୍ୱର ଅନେକ ଶକ୍ତିଶାଳୀ ଅର୍ଥନୀତି ତୁଳନାରେ ଭାରତର ଏଡା ଭଲ ପ୍ରଦର୍ଶନ ବୋଲି ରାଜନ ମତବ୍ୟକ୍ତ କରିଛନ୍ତି ।