ଭାରତ vs ନାମିବ୍ୟା T20 ମ୍ୟାଚ୍ 2026: ବୁମରାଙ୍କ ରିଟର୍ଣ୍ଣ, ସଞ୍ଜୁଙ୍କୁ ସୁଯୋଗ; ପ୍ରଥମେ ବ୍ୟାଟିଂ କରୁଛି ଭାରତ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଟି-୨୦ ମୁକାବିଲାରେ ଭାରତ ଓ ନାମିବ୍ୟା ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ପାଇଁ ଏହା ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍। ଭାରତ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବାବେଳେ ନାମିବ୍ୟା ପ୍ରଥମ ମୁକାବିଲାରେ ପରାଜୟ ସ୍ୱୀକାର କରିଥିଲା। ତେଣୁ ଦୁଇ ଦଳ ଆଜିର ମ୍ୟାଚ୍ ଜିତିବାକୁ ପ୍ରବଳ ପ୍ରୟାସ କରିବେ। ଟସ୍‌ ଜିତି ନାମିବ୍ୟା ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଅସୁସ୍ଥତା କାରଣରୁ ବିସ୍ଫୋରକ ଓପନର ଅଭିଷେକ ଶର୍ମା ଆଜିର ମ୍ୟାଚ୍‌ରୁ ବାହାରେ ରହିଛନ୍ତି। ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି। ଏହା ସହ ତାରକା ପେସର ଯଶପ୍ରୀତ ବୁମରା ଚୂଡ଼ାନ୍ତ ଏକାଦଶକୁ ଫେରିଆସିଛନ୍ତି। ବୁମରାଙ୍କ ଫେରାରେ ମହମ୍ମଦ ସିରାଜଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି। ବୁମରାଙ୍କ ଉପସ୍ଥିତି ଭାରତୀୟ ବୋଲିଂ ଆକ୍ରମଣକୁ ଅଧିକ ସୁଦୃଢ଼ କରିବାକୁ ସହାୟକ ହେବ ବୋଲି ଆଶା କରାଯାଉଛି।

ଭାରତୀୟ ଚୂଡ଼ାନ୍ତ ଏକାଦଶ

  • ସଞ୍ଜୁ ସାମସନ
  • ଇଶାନ କିଶନ (ଓ୍ଵିକେଟ୍ କିପର)
  • ତିଳକ ବର୍ମା
  • ସୂର୍ଯ୍ୟକୁମାର ଯାଦବ
  • ହାର୍ଦ୍ଦିକ ପାଣ୍ଡ୍ୟା
  • ଶିବମ ଦୁବେ
  • ରିଙ୍କୁ ସିଂ
  • ଅକ୍ଷର ପଟେଲ
  • ହର୍ଷିତ ରାଣା
  • ଅର୍ଶଦୀପ ସିଂ
  • ଯଶପ୍ରୀତ ବୁମରା

ଏହି ମ୍ୟାଚ୍ ଦୁଇ ଦଳ ପାଇଁ ପ୍ରମୁଖ ଗୁରୁତ୍ୱ ରଖୁଛି। ଭାରତ ଜିତି ଟୁର୍ଣ୍ଣାମେଣ୍ଟରେ ଆଗୁଆ ହେବାକୁ ଚାହୁଁଛି, ଯେତେବେଳେ ନାମିବ୍ୟା ପ୍ରଥମ ବିଜୟ ଖୋଜୁଛି।