ସେମିଫାଇନାଲରେ ପହଞ୍ଚିଲା  ଭାରତ

ଗତକାଲି U-19 ବିଶ୍ୱକପ୍ ମ୍ୟାଚ୍ ରେ ପାକିସ୍ତାନକୁ ହରାଇ, ଭାରତ ସେମିଫାଇନାଲ ପହଞ୍ଚିଛି। ଭାରତୀୟ ଦଳ ପାକିସ୍ତାନକୁ ୫୮ ରନରେ ପରାସ୍ତ କରିଛି। ଜିମ୍ବାୱେର ବୁଲାୱାୟୋରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ, ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୨୫୨ ରନ କରିଥିଲା । ଯେଉଁଥିରେ ବେଦାନ୍ତ ତ୍ରିବେଦୀ ୬୮ ରନ କରିଥିଲେ। ହେଲେ ପାକିସ୍ତାନ 46.2 ଓଭରରେ କେବଳ 194 ରନ କରିପାରିଥିଲା। ପାକିସ୍ତାନ ପକ୍ଷରୁ ଉସମାନ ଖାନ 66 ରନ କରିଥିଲେ ।

ଏବେ U-19 ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ, ଭାରତ ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚ୍ ଫେବୃଆରୀ ୪ ତାରିଖରେ ହରାରେ ସ୍ପୋର୍ଟ୍ସ କ୍ଲବରେ ଅପରାହ୍ନ ୧:୦୦ ଟାରେ ଖେଳାଯିବ। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପ୍ରଥମ ସେମିଫାଇନାଲରେ ପରସ୍ପରକୁ ମୁହାଁମୁହିଁ ହେବେ, ଯାହା ଫେବୃଆରୀ ୩ ତାରିଖରେ ବୁଲାୱାୟୋରେ ଅପରାହ୍ନ ୧:୦୦ ଟାରେ ଖେଳାଯିବ।