ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଫଳରେ ଭାରତ ପାକିସ୍ତା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ସେପଟେ ପାକିସ୍ତା ମଧ୍ୟ ଭାରତ ଉପରେ ଗୁଳା ଗୋଳା ବର୍ଷା କରୁିଥିଲା । ତଥାପି ମେ ୧୦ରେ ଯୁଦ୍ଧ ବିରତି ଘୋଷଣା ହୋଇଥିଲା । ଯୁଦ୍ଧବିରତିରେ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ବିଷୟରେ ଆଲୋଚନା ହୋଇଥିଲା। ଯଦିଓ ସେ ଏହାକୁ ଅସ୍ୱୀକାର କରିଥିଲେ। କିନ୍ତୁ ବୁଧବାର ଏକ ସାକ୍ଷାତକାରରେ ଟ୍ରମ୍ପ ଦାବି କରିଛନ୍ତି ଯେ ବାଣିଜ୍ୟ ଆଲୋଚନା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି । ଏହାକୁ ନେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ରମ୍ପଙ୍କ ଦାବିକୁ ସେ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି।
ସେ କହିଛନ୍ତି ଯେ ସମ୍ପ୍ରତି ଦୁଇ ଦେଶ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିଲା ଯାହା ଯୋଗୁଁ ବିବାଦର ଅନ୍ତ ଘଟିଛି। ଆମ ପାଖରେ ପରସ୍ପର ସହିତ ହଟଲାଇନ୍ ଆକାରରେ କଥା ହେବାର ଏକ ବ୍ୟବସ୍ଥା ଅଛି। ଏପରି ପରିସ୍ଥିତିରେ, ପାକିସ୍ତାନୀ ସେନା ଗୁଳି ବନ୍ଦ କରିବାକୁ ପ୍ରସ୍ତୁତ ଥିବା ବାର୍ତ୍ତା ଦେଇଥିଲା। ଯାହା ପରେ ଭାରତ ମଧ୍ୟ ସମାନ ଢଙ୍ଗରେ ଜବାବ ଦେଇଥିଲା। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଆମେରିକା ସମେତ ବିଭିନ୍ନ ଦେଶ ସଙ୍କଟ ସମୟରେ ସାହାଯ୍ୟ କରିଥିଲେ। ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓ ଏବଂ ଉପରାଷ୍ଟ୍ରପତି ଭାନ୍ସ ଫୋନ୍ କରିଥିଲେ, ରୁବିଓ ମୋ ସହ କଥା ହୋଇଥିଲେ, ଭାନ୍ସ ଆମ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ, ସେମାନଙ୍କର ମତ ଥିଲା ଏବଂ ସେମାନେ ଆମ ସହ କଥା ହେଉଥିଲେ।
ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ଆମ ସରକାର ଆତଙ୍କବାଦ ବିଷୟରେ ବହୁତ ସ୍ପଷ୍ଟ, ମୁଁ ସ୍ୱୀକାର କରୁଛି ଯେ ଏହା ପୂର୍ବ ସରକାରଙ୍କ ନୀତି ହୋଇପାରିବ ନାହିଁ। କିନ୍ତୁ, ଆମ ସରକାର ବହୁତ ସ୍ପଷ୍ଟ, ଯଦି ଏପରି କୌଣସି ଆକ୍ରମଣ ହୁଏ, ତେବେ ଏହାର ଜବାବ ଦିଆଯିବ। ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ଏହି ଯୁଦ୍ଧବିରତି ବାଣିଜ୍ୟ ମାଧ୍ୟମରେ ସମାଧାନ ହୋଇଛି। ଶ୍ରେୟ ନେଇ ସେ କହିଥିଲେ ଯେ ଯଦି ଆପଣ ପାକିସ୍ତାନ ଏବଂ ଭାରତ ସହିତ ଆମେ କ’ଣ କରିଛୁ ତାହା ଦେଖନ୍ତି, ଆମେ ସେହି ସମ୍ପୂର୍ଣ୍ଣ ସମସ୍ୟାର ସମାଧାନ କରିଛୁ, ଆମେ ଭାରତ ସହିତ ଏକ ବଡ଼ ଚୁକ୍ତି କରୁଛୁ। ଆମେ ପାକିସ୍ତାନ ସହିତ ଏକ ବଡ଼ ଚୁକ୍ତି କରୁଛୁ।