ଚାଉଳ ଉତ୍ପାଦନରେ ଚୀନକୁ ପଛରେ ପକାଇଛି ଭାରତ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଭାରତ ୧୫୦.୧୮ ନିୟୁତ ଟନ୍ ଉତ୍ପାଦନ ସହିତ ଚୀନକୁ ପଛରେ ପକାଇ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦକ ଭାବରେ ଉଭା ହୋଇଛି। ଜାତୀୟ ରାଜଧାନୀରେ ଏକ କାର୍ଯ୍ୟକ୍ରମରେ ଭାରତୀୟ କୃଷି ଗବେଷଣା ପରିଷଦ (ICAR) ଦ୍ୱାରା ବିକଶିତ 25ଟି ଫସଲର 184ଟି ନୂତନ କିସମକୁ ମନ୍ତ୍ରୀ ମୁକ୍ତ କରିବା ସମୟରେ ଏହି ଘୋଷଣା କରାଯାଇଛି। ସମାବେଶକୁ ସମ୍ବୋଧିତ କରି ଚୌହାନ କହିଥିଲେ ଯେ ଭାରତ ଉଚ୍ଚ-ଅମଳକ୍ଷମ ବିହନ ବିକଶିତ କରିବାରେ “ବହୁତ ସଫଳତା” ହାସଲ କରିଛି ଏବଂ ଏକ ଖାଦ୍ୟ ଅଭାବୀ ଦେଶରୁ ଏକ ବିଶ୍ୱ ଖାଦ୍ୟ ଯୋଗାଣକାରୀରେ ପରିଣତ ହୋଇଛି। ବୈଶ୍ୱିକ ମଞ୍ଚରେ ଭାରତ ଓ ଚୀନ୍ ମଧ୍ୟରେ ବର୍ଚ୍ଚସ୍ୱର ଲଢେଇ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। କେତେକ ସେକ୍ଟରରେ ଏହି ପ୍ରତିଦ୍ୱନ୍ଦ୍ୱୀତା ଏବେ ରଣନୈତିକ ଟକ୍କର ରୂପେ ନେଇଛି। ଭାରତର ଇଛା ଗ୍ଲୋବାଲ ସପ୍ଲାଇ ଚେନ୍ର କେନ୍ଦ୍ର ହେବାକୁ, ତେବେ ଏହି ଲକ୍ଷ୍ୟ ହାସଲ କରିବା ଏତେ ସହଜ ନୁହେଁ। ଏଥିପାଇଁ ଚୀନକୁ ବିଭିନ୍ନ କ୍ଷେତ୍ରରେ ପଛରେ ପକାଇବାକୁ ପଡିବ। ଏପରି କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ତାହା ହେଉଛି ଚାଉଳ ଉତ୍ପାଦନରେ ଚୀନ୍ କୁ ଭାରତ ପଛରେ ପକାଇଥିବା ନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ସୂଚନା ଦେଇଛନ୍ତି। ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ଅଛି, ଯାହା ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରୁଛି।

ନୂତନ ଭାବରେ ପ୍ରକାଶିତ ବିହନ କିସମଗୁଡ଼ିକ ଚାଷୀମାନଙ୍କ ପାଖରେ ଶୀଘ୍ର ପହଞ୍ଚାଇବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ଵାରା ସେମାନେ ଅଧିକ ଅମଳ ଏବଂ ଉନ୍ନତମାନର ଉତ୍ପାଦରୁ ଲାଭ ପାଇପାରିବେ।ପିଟିଆଇ ଅନୁଯାୟୀ, ୧୯୬୯ ମସିହାରେ ଗେଜେଟ୍ ବିଜ୍ଞପ୍ତି ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ, ମୋଟ ୭,୨୦୫ ଫସଲ କିସମକୁ ଅଧିସୂଚିତ କରାଯାଇଛି। ସେ କହିଛନ୍ତି ଯେ ଭାରତର ମୋଟ ଚାଉଳ ଉତ୍ପାଦନ ୧୫.୧୮ କୋଟି ଟନକୁ ପହଞ୍ଚିଛି। ଏଥିରେ ଚୀନ୍ର ଉତ୍ପାଦନ ୧୪.୫ କୋଟି ଟନରେ ସୀମିତ ରହିଛି। ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ କହିଛନ୍ତି ଯେ ଭାରତ ୨୫ଟି ଫସଲର ୧୮୪ଟି ଉନ୍ନତ କିସମ ଜାରି କରିଛି। ଏହି କିସମ ଗୁଡିକୁ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଦ୍ୱାରା ବିକଶିତ କରାଯାଇଛି।ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ନା କେବଳ ଫସଲ ଉତ୍ପାଦନ ବଢିବ ଚାଷୀଙ୍କ ଆୟରେ ମଧ୍ୟ ବୃଦ୍ଧି ହେବ। ଏଣୁ ନୂଆ ଅଧିକ ଅମଳକ୍ଷମ ବିହନ କିସମ ଯେତେ ଶୀଘ୍ର ସମ୍ଭବ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷିମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷିମନ୍ତ୍ରୀ କହିଛନ୍ତି ଯେ ୧୯୬୯ ମସିହାରେ ଗେଜେଟ ଅଧିସୂଚନା ପ୍ରକ୍ରିୟା ଆରମ୍ଭ ହେବା ପରେ ଏପର୍ଯ୍ୟନ୍ତ ୭,୨୦୫ ଫସଲ କିସମକୁ ଅଧିସୂଚିତ କରାଯାଇଛି।