ଭୁବନେଶ୍ଵର: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ । ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଗିଲ୍ଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କର ନଜର । ତିନୋଟି ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବାବେଳେ ଭାରତ ନିଜର ବର୍ଷର ପ୍ରଥମ ମ୍ୟାଚ୍ ଖେଳିବ । ବିଜୟରୁ ବର୍ଷ ଆରମ୍ଭ କରିବା ପାଇଁ ଉଭୟ ଦଳ ପ୍ରୟାସ କରିବେ । ଭଦୋଦରାରେ ଏହି ମ୍ୟାଚ୍ ଖେଳିଯିବାକୁ ଥିବାବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଜଣେ ୨୪ ବର୍ଷୀୟ ପେସର ବୋଲର ଡେବ୍ୟୁ କରିବେ । ସେ ପ୍ରଥମଥର ଲାଗି ପ୍ଲେଇଂ ଇଲେଭେନରେ ରହିବେ ବୋଲି କୁହାଯାଉଛି । ସାମ୍ବାଦିକ ସମ୍ମିଳନୀରେ ନ୍ୟୁଜିଲାଣ୍ଡର ଅଧିନାୟକ ବ୍ରେସଓ୍ବେଲ କହିଛନ୍ତି କି, ରବିବାର କ୍ରିଷ୍ଟିଆନ୍ କ୍ଲାକ ଖେଳିବାର ସୁଯୋଗ ପାଇବେ ।

ଘରୋଇ କ୍ରିକେଟରେ ତାଙ୍କର ଭଲ ରେକର୍ଡ ରହିଛି । ଭାରତ ବିପକ୍ଷରେ ଏହି ଦ୍ରୁତ ବୋଲର ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ କ୍ଲାକଙ୍କ ପ୍ରଂଶସା କରିଛନ୍ତି । କହିଛନ୍ତି କି, ମୁଁ ନିଶ୍ଚିତ କରିପାରୁନି କି ସେ ପ୍ଲେଇଙ୍ଗ ଇଲେଭେନରେ ସ୍ତାନ ପାଇପାରିବେ କି ନାହିଁ । କିନ୍ତୁ ଆମେ ବିଚାର କରୁଛୁ କି ଦଳରେ ସାମିଲ କରିବା ପାଇଁ । ଏହାସହ ତାଙ୍କ ବୋଲିଂକୁ ମଧ୍ୟ ପ୍ରଂଶସା କରିଥିଲେ । ସେ ୨୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୩୪ଟି ଲିଷ୍ଟ ଏ ମ୍ୟାଚ୍ ଖେଳି ପ୍ରଥମ ଶ୍ରେଣୀ କ୍ରିକେଟରେ ୭୯ଟି ୱିକେଟ୍ ନେଇଛନ୍ତି । ଲିଷ୍ଟ ଏ କ୍ରିକେଟରେ ତାଙ୍କର ୫୨ଟି ୱିକେଟ୍ ମଧ୍ୟ ଅଛି। ସେ ଲିଷ୍ଟ ଏ କ୍ରିକେଟରେ ଏକ ଶତକ ମଧ୍ୟ କରିଛନ୍ତି, ଅର୍ଥାତ୍ ସେ ତାଙ୍କ ବୋଲିଂ ଏବଂ ବ୍ୟାଟିଂ ଉଭୟରେ ଯୋଗଦାନ ଦେଇପାରିବେ।