ବ୍ୟାଟ୍ରୁ ଆଉ ବାହାରୁନି ରନ୍ । ଚାଲୁନି ବ୍ୟାଟ୍ ବାଉଣ୍ଡରୀ ଲାଇନ୍ ଡେଉଁନି ବଲ୍ । କ୍ରିଜରେ କିଛି ମିନିଟ୍ ରହି ଫ୍ୟାଭିଲିୟନକୁ ଫେରିଯାଉଛନ୍ତି ଅଭିଶେଷ । ଯେଉଁ ବ୍ୟାଟରୁ ଦିନେ ଛକା ଏବଂ ଚଉକା ବର୍ଷା ହେଉଥିଲା ଏବେ ତାହା ନୀରବି ଯାଇଛି । ଚିନ୍ତାରେ ଫ୍ୟାନ୍ସ ଏବଂ ଚିନ୍ତାରେ ବିସିସିଆଇ । ଭାରତୀୟ ଦଳର ଷ୍ଟାର୍ ଓପନର ଅଭିଷକ ଶର୍ମାଙ୍କୁ ନେଇ ଚର୍ଚ୍ଚା-ଆଲୋଚନା ବଢିଛି । ପୁରା ଶାନ୍ତ ପଡିଯାଇଛନ୍ତି ନମ୍ବର୍ ଓ୍ୱାନ୍ ଟି୨୦ ବ୍ୟାଟସମ୍ୟାନ୍ । ଯେମିତି ଲାଗୁଛି ଅଭିଷେକ୍ଙ୍କୁ ସତେ କି ଗ୍ରହଣ ଲାଗିଯାଇଛି । ଫଳରେ ତାଙ୍କୁ ସୁପର ମ୍ୟାଚରେ ଭାରତ ଦଳରେ ସାମିଲ ନକରିବାକୁ ଚିନ୍ତା କରୁଛି । ତାଙ୍କ ଜାଗାରେ ସଞ୍ଜୁଙ୍କୁ ସୁଯୋଗ ଦେବାକୁ ଦାବି ହେଲାଣି । ଟିମ୍ ଇଣ୍ଡିଆର ଷ୍ଟାର୍ ଅଭିଷେକ ଶର୍ମା । ଟି୨୦ ଫର୍ମାଟରେ ଦଳର ସବୁଠୁ ବେଷ୍ଟ୍ ବ୍ୟାଟର୍ । ଆଇସିସି ରାଙ୍କିଂରେ ନମ୍ବର ଓ୍ୱାନ୍ । ବୋଲିଂ କରିବାକୁ ଡରନ୍ତି ବୋଲର । ଏସିଆ କପରେ ପାକିସ୍ତାନୀ ପ୍ରିମିୟମ ବୋଲରଙ୍କୁ କ୍ୟାରିଅର ଖରାପ କରିଛନ୍ତି ଅଭିଷେକ । ଖାତାରେ ଅନେକ ରେକର୍ଡ । କମ୍ ବୟସରେ ସବୁଠୁ ଚର୍ଚ୍ଚିତ ଖେଳାଳି । ଅନେକ ଆଶା ରଖନ୍ତି ପ୍ୟାନ୍ସ୍ – ଫଲୋଅର୍ସ । ଟିମ୍ କୁ ଭଲ ଷ୍ଟାର୍ଟ୍ ଦେବାରେ ସେ ମାହିର । ଆରମ୍ଭରୁ କରନ୍ତି ରନ୍ ବର୍ଷା । ବଡ ସ୍କୋର କରିବାରେ ତାଙ୍କର ଭୂମିକା ଅଧିକ । ଏବେ କିନ୍ତୁ ବଦଳି ଯାଇଛି ଅନ୍ଦାଜ । ଖେଳିପାରୁ ନାହାଁନ୍ତି ଅଭିଷେକ । ଟି୨୦ ବିଶ୍ୱକପରେ ଗର୍ଜନ କରୁନି ବ୍ୟାଟ୍ । ହାଟ୍ରିକ୍ ଗୋଲଡେନ୍ ଡକ୍ । ଅର୍ଥାତ ଲଗାତାର ତିନି ମ୍ୟାଚରେ ଜିରୋରେ ଆଉଟ୍ ।
ଏସିଆ କପ୍ ରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ । ସବୁ ଟୁର୍ଣ୍ଣାମେଣ୍ଟରେ ସେ ଫେଭରେଟ୍ । ବିଶ୍ୱକପରେ ତାଙ୍କର ବ୍ୟାଟିଂ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ । ଭାରତ କରିବ ୩୦୦ ପ୍ଲସ୍ ରନ୍ । ଅଭିଷେକ ମାରିବେ ସେଞ୍ଚୁରି । କିଛି ଏମିତି ଆଶା । ହେଲେ ଏବେ ଏସବୁ ସାତ ସପନ ପାଲଟିଗଲାଣି । ଆମେରିକା ହେଉ କି ପାକିସ୍ତାନ । କିମ୍ବା ଦୁର୍ବଳ ନେଦରଲ୍ୟାଣ୍ଡ୍ । ସବୁ ଟିମ୍ ବିପକ୍ଷରେ ଶର୍ମା ଫେଲ୍ ହେଉଛନ୍ତି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଜିରୋରେ ଫେରିଥିଲେ ପ୍ୟାଭିଲୟନ୍ । ତା ପରେ ପେଟରେ ଦେଖାଦେଲା ସମସ୍ୟା । ବ୍ରେକ୍ ପରେ ପଡିଆକୁ ରିଟର୍ଣ୍ଣ । ହେଲେ ହଜିଯାଇଚି ଫର୍ମ୍ । ଦୁଇରୁ ଅଧିକ ବଲ୍ ଖେଳିପାରୁ ନାହାଁନ୍ତି । ତେଣୁ ସୁପର୍ ୮ ମୁକାବିଲା ପୂର୍ବରୁ ଚିନ୍ତାରେ ବିସିସିଆଇ-କୋଚ୍ ଏବଂ କ୍ୟାପ୍ଟେନ୍ । ତାଙ୍କ ଜାଗାରେ ସଞ୍ଜୁ ସାମସନ୍ ଙ୍କୁ ଖେଳାଇବାକୁ ମନେ ମନେ ବିଚାର କରୁଛନ୍ତି ମ୍ୟାନେଜମେଣ୍ଟ୍ ।