ରେକର୍ଡ ପରେ ରେକର୍ଡ କରିଲା ଇଣ୍ଡିଆ ଟିମ

0

ପ୍ରଥମ ଦିନିକିଆରେ ଇଣ୍ଡିଆର ବଡ ବିଜୟ । ୫ ୱିକେଟରେ ଭାରତ ମାତ ଦେଇଛି ୱେଷ୍ଟଇଣ୍ଡିଜକୁ । ଗୁରୁବାର ବ୍ରିଜଟାଉନର କେଂସିଙ୍ଗଟନ ଓବାଲରେ ଅନୁଷ୍ଠିିତ ହୋଇଥିବା ଦିନିକିଆରେ ଟସ ଜିତି ପ୍ରଥମେ ବୋଲିଂ କରିଥିଲା ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଙ୍ଗ କରି ୧୧୫ରନର ଟାର୍ଗେଟ ଦେଇଥିଲେ । ଏହି ଲକ୍ଷ୍ୟକୁ ପିଛା କରି ମାତ୍ର ୨୨.୫ ଓଭରରେ ବିଜୟ ହାସଲ କରିଛି ଭାରତୀୟ ଦଳ । ତେବେ ଏହି ବିଜୟ ସହିତ ଅନେକ ରେକର୍ଡ ଭାଙ୍ଗିଛି ଏବଂ ସୃଷ୍ଟି ହୋଇଛି । ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍ ବିରୋଧରେ ଦିନିକିଆରେ ଲଗାତାର ନବମ ବିଜୟ ହାସଲ କରିଛି । ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି, ରବିନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ।

ଉଭୟେ ୭ ଓ୍ବିକେଟ୍ ଅକ୍ତିଆର କରି ରେକର୍ଡ କରିଛନ୍ତି । କୌଣସି ମ୍ୟାଚରେ ଜାଡେଜା ଓ କୁଲଦୀପ ଯାଦବ ବାମହାତୀ ସ୍ପିନର ଯୋଡି ସାତ ଓ୍ବିକେଟ୍ ନେବାରେ ପ୍ରଥମ ଭାରତୀୟ । ଏହା ସହିତ ଚତୁର୍ଥ ଥର ପାଇଁ ଭାରତୀୟ ଟିମ୍ ଦିନିକିଆ ମ୍ୟାଚରେ ବିପକ୍ଷ ଦଳକୁ ମାତ୍ର ୨୩ ଓଭରରେ ଅଲଆଉଟ୍ କରିଛି । ଏହା ପୂର୍ବରୁ ୨୦୧୪ରେ ବାଂଲାଦେଶକୁ ମୀରପୁରରେ ୧୭.୪ ଓଭର ଅଲଆଉଟ୍ କରିଥିଲା । ସେହିପରି ୨୨ ଓଭରରେ ଶ୍ରୀଲଙ୍କାକୁ, ୨୩ ଓଭରରେ ଶ୍ରୀଲଙ୍କାକୁ ଜୋହାନ୍ସବର୍ଗରେ ଅଲଆଉଟ୍ କରି ରେକର୍ଡ କରିଛି ।