ନୂଆଦିଲ୍ଲୀ: ଆଜି ଆରବସାଗରରେ ଉଭୟ ଭାରତ ଓ ପାକିସ୍ତାନର ସମରାଭ୍ୟାସ । ଉଭୟ ଦେଶର ନୌସେନା ପକ୍ଷରୁ ସମରାଭ୍ୟାସ ନେଇ ସୂଚନା । ଆଜି ଓ ଆସନ୍ତାକାଲି ଭାରତୀୟ ନୌସେନା କରିବ ସମରାଭ୍ୟାସ । ପାକିସ୍ତାନ ପକ୍ଷରୁ ମଧ୍ୟ ନିଜ ସୀମାରେ ଅଭ୍ୟାସ ନେଇ NOTAM ଜାରି । ତେବେ ‘ଅପରେସନ ସିନ୍ଦୂର’ ପରେ ଏହା ହେଉଛି ଦୁଇ ଦେଶର ପ୍ରଥମ ସମରାଭ୍ୟାସ । ତେବେ ଅଧିକାରୀଙ୍କ କହିବା ଅନୁସାରେ, ଦୁଇ ଦେଶର ନୌସେନାମାନେ ଏହି ବିଷୟରେ ନୋଟିସ୍ ମଧ୍ୟ ଦେଇ ସାରିଛନ୍ତି। ଏଥିରେ ନୌସେନା ଅଭ୍ୟାସ ବେଳେ ସମ୍ୱନ୍ଧିତ କ୍ଷେତ୍ରରେ ବିମାନ ଉଡ଼ାଣକୁ ନିୟନ୍ତ୍ରିତ ରଖିବା ପାଇଁ କୁହାଯାଇଛି। ସେପଟେ ପାକିସ୍ତାନ ଦ୍ୱାରା ଜାରି କରାଯାଇଥିବା ନାଭାରିଆ ଚେତାବନୀ ଅନୁଯାୟୀ, ସାମୁଦ୍ରିକ ଯାତାୟାତକୁ ଅଗଷ୍ଟ ୧୧ ସକାଳ ୪ଟାରୁ ଅଗଷ୍ଟ ୧୨ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଅଭ୍ୟାସ କ୍ଷେତ୍ରରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି। ସେହିପରି ଭାରତ ପକ୍ଷରୁ ଓଖା, ପୋରବନ୍ଦର ଏବଂ ମୋର୍ମୁଗାଓ ବାହାରେ ସମୁଦ୍ରରେ ସାମୁଦ୍ରିକ ଯାତାୟାତକୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି। ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ ପାକିସ୍ତାନ ଉପରେ ଅପରେସନ ସିନ୍ଦୁର ମାଧ୍ୟମରେ ସାମରିକ ଆକ୍ରମଣ କରିଥିଲା, ଯାହା ଏହି ଉତ୍ତେଜନାର ମୂଳ କାରଣ। ଏହି ଅଭ୍ୟାସ ଦୁଇ ଦେଶ ମଧ୍ୟରେ ରଣନୈତିକ ଶକ୍ତି ପ୍ରଦର୍ଶନର ଏକ ଅଂଶ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉଭୟ ନୌସେନା ନିଜ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବା ସହ ସାମୁଦ୍ରିକ ସୀମାରେ ସତର୍କତା ବଜାୟ ରଖିଛନ୍ତି।