ତାଳଚେର/ଉତ୍ତମ ଦାଶ: ତାଳଚେର କୋଇଲା ଖଣିର ବିଭିନ୍ନ ସେକ୍ଟର କୋଇଲା ଖଣିରୁ ବିଭିନ୍ନ କଳ କାରଖାନାକୁ ରୋଡ଼ ସେଲ ମାଧ୍ୟମରେ ଟ୍ରକ ଯୋଗେ କୋଇଲା ପରିବହନ ହୋଇଥାଏ । ଏହି ଟ୍ରକ ମାଲିକ ମାନେ କୋଇଲା ଖଣି ଦ୍ୱରା ପ୍ରଭାବିତ ଓ ଆଞ୍ଚଳିକ ଜମିହରା କ୍ଷତିଗ୍ରସ୍ତ ପ୍ରଜା ମଧ୍ୟ । ଭିଟାମାଟି ସହିତ ସର୍ବସ୍ୱ ହରାଇ ଧୂଳିଧୂଆଁ ଖାଇ ଜୀବନ ଜୀବିକା ପାଇଁ ଟ୍ରକ ବେପାରକୁ ବାଧ୍ୟବାଧ୍ୟତା ରେ ଆପଣାଇ ନେଇଛନ୍ତି । କିନ୍ତୁ କୋଇଲା ନେଉଥିବା କଳକାରଖାନା ଗୁଡ଼ିକ ନିମ୍ନ ମାନର ର ଭଡା ପ୍ରଦାନ କରୁଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଳଚେର ର ସମସ୍ତ ସେକ୍ଟର ର ଟ୍ରକ ମାଲିକମାନେ । ଭଡା ବୃଦ୍ଧି ପାଇଁ ବାରମ୍ବାର ଟ୍ରକ ମାଲିକ ସଂଘ ମାନେ ଆପତ୍ତି ଅଭିଯୋଗ କରୁଥିଲେ ମଧ୍ୟ କିଛି ଶୁଣୁ ନାହାନ୍ତି ସମ୍ପୃକ୍ତ କମ୍ପାନୀ ମାନେ । ଭଡା ବୃଦ୍ଧି ପାଇଁ ପ୍ରଶାସନ ,ଏମ୍.ସି. ଏଲ ଓ କୋଇଲା ନେଉଥିବା କମ୍ପାନୀ ମାନଙ୍କ ସହିତ ବାରମ୍ବାର ଆଲୋଚନା ବିଫଳ ହେବାରୁ ବାଧ୍ୟ ହୋଇ ଆଜିଠାରୁ ତାଳଚେର ର ସମସ୍ତ ସେକ୍ଟରର ଟ୍ରକ ମାଲିକ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି