ନୂଆଦିଲ୍ଲୀ: ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍ରେ ହରାଇଲା ଭାରତ । ଜୟସ୍ବାଲ ୧୧୬, ରୋହିତ ୭୫, କୋହଲି ୬୫ ରନ୍ କରିଛନ୍ତି । ଦକ୍ଷିଣ ଆଫ୍ରିକା ୨୭୦ ରନ କରି ଅଲଆଉଟ୍ ହୋଥିବା ବେଳେ, ଭାରତ ୩୯.୫ ଓଭରରେ ୨୭୧/୧ ରନ୍ ହାସଲ କରିଛି । ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍କୁ ୨-୧ରେ ଜିତିଛି ଭାରତ ।
ଭାରତ ଆଗରେ ବିଜୟ ପାଇଁ ୨୭୧ ରନର ଲକ୍ଷ୍ୟ ଥିବାବେଳେ ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୭୫ ରନ କରିଥିବାବେଳେ ଜୟସ୍ବାଲ ଅପରାଜିତ ୧୧୬ ରନ କରିଥିଲେ । ସେହିପରି ବିରାଟ କୋହଲି ବିସ୍ଫୋରକ ଇନିଂସ ଖେଳି ମାତ୍ର ୪୫ ବଲରେ ୬୫ ରନ କରିଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ରିୟାନ ରିକଲଟନଙ୍କ ଓ୍ବିକେଟ ହରାଇଥିଲେ ବି କ୍ବିଣ୍ଟନ ଡି’କକ ଓ ଟେମ୍ବା ବାଭୁମା ଲଢୁଆ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ । ବାଭୁମା ୪୮ ରନ କରି ଆଉଟ ହୋଇଥିବାବେଳେ ଡିକକ୍ ନିଜର ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ସେ ୧୦୬ ରନର ଏକ ଆକର୍ଷଣୀୟ ପାଳି ଖେଳିଥିଲେ । ସେହିପରି ମାଥ୍ୟୁ ବ୍ରିଜକେ ୨୪ ରନ କରିଥିବାବେଳେ ଡେଓ୍ବାଲ୍ଡ ବ୍ରେଭିସ ୨୯ ରନ କରିଥିଲେ । ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଦଳ ୨୭୦ ରନ କରି ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ କୂଳଦୀପ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।