ବାଲିମେଳା ଛକ ଠାରେ ଟ୍ରାଫିକ ସିଗ୍ନାଲ ଲାଇଟ୍ ର ଶୁଭାରମ୍ଭ

ଆଜି ମାଲକାନଗିରି ସଦର ବାଲିମେଳା ଛକ ଠାରେ ଟ୍ରାଫିକ ସିଗ୍ନାଲ ଲାଇଟ୍ ର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ଏହା ଦ୍ୱାରା ବାଲିମେଳା ଛକଠାରେ ଲାଗିରହିଥିବା ଟ୍ରାଫିକ ସମସ୍ୟା ଦୂର ହୋଇ ପାରିଛି ଓ ଏହାଦ୍ବାରା ସହର ବାସୀ ଉପକୃତ ହୋଇପାରିବେ । ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ଉପାଧ୍ୟକ୍ଷ କବିତା ମାହୁନ୍ତ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକଙ୍କ ସମେତ ସମସ୍ତ ୱାର୍ଡର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।