ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ଓ଼ ବିତରଣ ଉତ୍ସବ

ଆଳି/ ଅଶ୍ୱିନୀ କୁମାର ସାହୁ :-ଆଳି ଦେମାଳ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଓ଼ ପୁରସ୍କାର ବିତରଣ ଉତ୍ସବ ଗୁରୁବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି  । ଅନୁଷ୍ଠାନ ପରିସରରେ ଆୟୋଜିତ ଏହି ଉତ୍ସବ ରେ ପରିଚାଳନା ପରିଷଦର ସଭାପତି ତଥା ସାହିତ୍ୟିକ ବନମାଳୀ ସେନାପତି ଅଧକ୍ଷତା କରିଥିଲେ  ।ମୁଖ୍ୟ ଅତିଥିଭାବେ ଦେମାଳ ଗ୍ରାମ ପଂଚାୟତ ସରପଞ୍ଚ ରୀତାରାଣୀ ପରିଡା, ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ସମ୍ପାଦକ ସୁଶାନ୍ତ ଦାଶ, ସହ ସମ୍ପାଦକ ରଞ୍ଜନ କୁମାର ପାତ୍ର, ଉପ ସଭାପତି କଳ୍ପନା ପଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ଦ୍ୱାରା ଆମର କିପରି ଉପକାର ସାଧିତ ହେଉଛି ଓ଼ କ୍ରୀଡା କୁ ପାଠ୍ୟକ୍ରମ ରେ ସରକାର ସାମିଲ କରିଛନ୍ତି  ତାହା ପିଲାମାନଙ୍କୁ କହିଥିବା ଦେଖିବାକୁ ମିଳିଛି  । ପ୍ରଧାନ ଆଚାର୍ୟ୍ୟକ୍ଷ ଜାନକୀ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ  । ଶିଶୁ ଶିଳ୍ପୀ ସ୍ନିଗ୍ଧା ରାଣୀ ବେହେରା ବ୍ୟକ୍ତି ଗତ ସଂଗୀତ ଗାଇଥିଲେ । ପୂର୍ବରୁ ଆୟୋଜିତ କ୍ରୀଡା ଉତ୍ସବର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ  । ଶିଶୁ କଳାକାର ମାନଙ୍କ ନୃତ୍ୟ ପରିବେଷଣ ଅତ୍ୟନ୍ତ ଆକର୍ଷଣୟ ଥିଲା  ।