ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ର କହିଲେ, ଅସଲି କାହାଣୀ ଜାଣିନାହାଁନ୍ତି ଚୁପ ରୁହନ୍ତୁ

ମୁମ୍ବାଇ : ଗତ ବର୍ଷ ଜୁନ ମାସରେ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡ଼ିଓ ଏବଂ ଠକେଇ ମାମଲାରେ ଗିରଫ ହୋଇଥିଲେ। ଯାହା ଫଳରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ବହୁତ ଲଜ୍ଜିତ ହେବାକୁ ପଡ଼ିଥିଲା। କିନ୍ତୁ ବର୍ଷେ ପରେ ଏହି ମାମଲାରେ ମୁହଁ ଖୋଲିଲେ ରାଜ କୁନ୍ଦ୍ରା । ଆଉ ଟ୍ଵିଟ୍‌ କରି ନିଜ ଆକାଉଣ୍ଟରେ ଗୋଟେ ଫୋଟୋ ପୋଷ୍ଟ କରିଥିଲେ । ଆଉ ଯେଉଁଥିରେ ସେ ଲେଖିଛନ୍ତି , ଆର୍ଥର ରୋଡ଼ ଜେଲରୁ ମୁକୁଳିବାର ଏକ ବର୍ଷ ହୋଇଗଲା। ୟେ ହେଉଛି ସମୟର ଡୋରୀ । ମୋତେ ଖୁବ ଶୀଘ୍ର ନ୍ୟାୟ ମିଳିବ। ପ୍ରକୃତ ସତ ପଦାକୁ ଆସିବ। ମୋର ଶୁଭ ଚିନ୍ତକ ମାନଙ୍କୁ ଏବଂ ମୋର ସମାଲୋଚକମାନଙ୍କୁ ଅଶେଷ ଧନ୍ୟବାଦ। ଯେଉଁମାନେ ମୋତେ ସାହାସ ଦେଇଛନ୍ତି। ଅହୁରି ମଧ୍ୟ ଲେଖିଛନ୍ତି, ଯେଉଁମାନେ ଅସଲି କାହାଣୀ ଜାଣିନାହାଁନ୍ତି ଚୁପ ରୁହନ୍ତୁ।

ସୂଚନାନୁସାରେ , ବର୍ଷେ ପୂର୍ବରୁ ବଲିଉଡ ପପୁଲାର୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ତଥା ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ଯାହା ଫଳରେ , ଶିଳ୍ପା ସେଟ୍ଟୀଙ୍କର ବହୁତ ଖରାପ ସମୟ ଚାଲିଥିଲା। ନିଜ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଭିଡିଓ ପ୍ରସଙ୍ଗରେ ବହୁତ ଲଜ୍ଜିତ ହେବାକୁ ପଡ଼ିଥିଲା ତାଙ୍କୁ। କିଛି ଦିନ ପରେ ଶିଳ୍ପା ନିଜକୁ ଦମ୍ଭ କରି ପୁଣି ଦୁନିଆ ସାମ୍ନାକୁ ଆସିଥିଲେ। କିନ୍ତୁ ରାଜ କୁନ୍ଦ୍ରା ନିଜକୁ ନିର୍ମଳ କରିପାରିନଥିଲେ। କୁନ୍ଦ୍ରା ଜେଲରୁ ବାହାରିବା ପରେ ନିଜକୁ ଲୁଚେଇବା ପାଇଁ ବିଭିନ୍ନ ପ୍ରକାରର ମାସ୍କ ବ୍ୟବହାର କରୁଥିଲେ। ନିଜକୁ ଲୁଚେଇବା ପାଇଁ ଲୋକଙ୍କୁ ଅଣଦେଖା କରୁଥିଲେ। କିନ୍ତୁ ଜେଳରୁ ବାହାରିବାର ବର୍ଷେ ପରେ ନିଜେ ଟ୍ଵିଟ୍‌ କରିବର ସହିତ ଲୋକଙ୍କୁ ଚେତାବନୀ ଦେଇଛନ୍ତି।