ଭୁବନେଶ୍ୱର : ଆରମ୍ବ ହୋଇଛି ଦୁଇ ଦିନିଆ IAS ସମ୍ମିଳନୀ । ଲୋକସେବା ଭବନ ସମ୍ମିଳନୀ କକ୍ଷ ରେ ଆୟୋଜିତ ଏହି ସମ୍ମିଳନୀ କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। SHG ଙ୍କ ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ରେ କିଭଳି ଅଗ୍ରାଧିକାର ଦିଆଯାଇପାରିବ ସେନେଇ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଆଲୋଚନା କରିଛନ୍ତି ସେ କହିଛନ୍ତି ମିଶନ ଶକ୍ତି ମହିଳାଙ୍କ ପାଇଁ ସରକାରଙ୍କ ଲକ୍ଷ୍ୟ। ପ୍ରତ୍ୟେକ ଜିଲ୍ଲାରେ ମହିଳାମାନଙ୍କ ପାଇଁ ନିର୍ମାଣ ହେବ ଇଣ୍ଡରଷ୍ଟ୍ରିଆଲ ପାର୍କ। ଆସନ୍ତା ତିନି ବର୍ଷ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଜିଲ୍ଲାପାଳ ମାନଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଶନ ଶକ୍ତି ମହିଳାଙ୍କୁ ନୂଆ ସରକାରୀ କାମ ଦିଆଯାଉଛି । ବର୍ତ୍ତମାନ 15 ଟି ବିଭାଗରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା । ଆଗକୁ 5-t ସ୍କୁଲ ଗୁଡ଼ିକର ଦାୟିତ୍ୱ ନେବେ ମିଶନ ଶକ୍ତି ମହିଳା। ସ୍କୁଲର ରକ୍ଷଣାବେକ୍ଷଣ କରିବେ ମଶିନ ଶକ୍ତିର ମହିଳାମାନେ । ସେହିପରି ଜଙ୍ଗଲ ବିଭାଗର ଦାୟିତ୍ୱ ନେବା ସହ ନିଆଁ ଲିଭା କାର୍ଯ୍ୟରେ ବି ସେମାନେ ନିୟୋଜିତ ହେବେ । ଆସନ୍ତା ତିନି ବର୍ଷ ରାଜ୍ୟର 50000 shg ଙ୍କୁ sme ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।