ସୁରତରେ ୩ବର୍ଷ ଝିଅର ହେଲା ମାଗଣା ଚିକିତ୍ସା

ଭୁବନେଶ୍ୱର:ରାଜ୍ୟ ବାହାରେ କାମ ଦେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ସୁରତରେ ୩ବର୍ଷ ଝିଅର ହେଲା ମାଗଣା ଚିକିତ୍ସା । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ପାଇକପଡା ଗ୍ରାମର ବିଶ୍ୱନାଥ ଡାକୁଆଙ୍କ ୩ ବର୍ଷ ଝିଅ ସୋହିନିଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିଲ । ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ପଡ଼ୁଥିଲା ।ସୁରତରେ ଲୁମ୍ସ ମେସିନ୍ ଚଳାଇ ଗୁଜରାଣ ମେଣ୍ଟାଉଥିବା ବିଶ୍ୱନାଥଙ୍କ ପାଖରେ ଏତେ ଅର୍ଥ ଯୋଗାଡ଼ କରିବା ସମ୍ଭବ ନଥିଲା । ଏହି ସମୟରେ ଗଞ୍ଜାମ ସମାଜ ସେବୀ ପ୍ରଦୀପ ସାହୁ ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ କେଡି ନୁପୁର ଜେନେରାଲ ହସ୍ପିଟାଲରେ ବିଏସକେୱାଇ କାର୍ଡ ଦେଖାଇ ଝିଅର ସଫଳ ଅସ୍ତ୍ରୋପ୍ରଚାର କରିଥିଲେ । କାର୍ଡ ପାଇଁ ଝିଅ ନୂଆ ଜୀବନ ପାଇଥିବାରୁ ରାଜ୍ୟ ସରକାରଙ୍କୁ ସୋହିନିଙ୍କ ବାପା,ମାଆ ଧନ୍ୟବାଦ ଜଣାଇଛନ୍ତି ।