ନୂଆଦିଲ୍ଲୀ: ପାକିସ୍ତାନର ବେହାଲ ଆର୍ଥିକ ସ୍ଥିତିକୁ ଭାରତରେ ଖୁବ ଚର୍ଚ୍ଚା ଚାଲିଥିବାବେଳେ ବର୍ତ୍ତମାନ ମଣିପୁରରେ ସ୍ଥିତି ପାକିସ୍ତାନ ଠାରୁ ଅଧିକ ସଙ୍ଗୀନ ହେବାରେ ଲାଗିଛି । ଗେଟିଏ ପଟେ ଅର୍ଥିାଭାବ ଏବଂ ଅନ୍ୟ ବିଶୃଙ୍ଖଳା ସ୍ଥିତି ମଧ୍ୟରେ ପାକିସ୍ତାନ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଇନ୍ଧନ ମୂଲ୍ୟହ୍ରାସ କରିଛି । ଅନ୍ୟପକ୍ଷରେ ମଣିପୁରରେ ପେଟ୍ରୋଲ ମୂଲ୍ୟ ଦେଶର ଅନ୍ୟ ଭାଗ ତୁଳନାରେ ତିନିଗୁଣ ମହଙ୍ଗା ହୋଇଛି ।ବାସ୍ତବରେ ମଣିପୁରରେ ଜାତିଗତ ବିବାଦ ଯୋଗଁ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି ।
ମଣିପୁରରେ କେବଳ ପେଟ୍ରୋଲ ନୁହେଁ ପିଇବା ପାଣି ମୂଲ୍ୟ ୫ଗୁଣା ମହଙ୍କା ହୋଇଛି ।ଆଇଓସିଏଲ ୱେବସାଇଟ ଅନୁଯାୟୀ ମଣିପୁରରେ ପେଟ୍ରୋଲ ଲିଟର ପିଛା ୧୦୧.୨୩ ଟଙ୍କା ରହିଛି, ଯାହାକୁ ମର୍ତ୍ତମାନ ପରିସ୍ଥିତିରେ କଳା ବଜାବଜାରୀମାନେ ୩୦୦ ଟଙ୍କାରେ ବକ୍ରି କରୁଛନ୍ତି ।ଏଥିସହିତ କଳା ବଜାରରେ ସେଠାରେ ଡିଜେଲର ମୂଲ୍ୟ ଲିଟର ପିଛା ୨୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ପ୍ରକୃତରେ ଆଇଓସିଏଲ ୱେବସାଇଟ ଅନୁସାରେ ସେଠାରେ ଡିଜେଲ ମୁଲ୍ୟ ଲିଟର ପିଛା ୮୭.୧୭ ରହିଛି ।ଏହାର କାରଣ ହେଉଛି ମଣିପୁର ରାଜଧାନୀ ଇମ୍ପାଲ ସମେତ ଅନେକ ସହରରେ ଜଳ ଯେଗାଣ ବନ୍ଦ ହୋଇଯାଇଛି ।ଯେଉଁଥିପାଇଁ ଳୋକଙ୍କୁ ପାନୀୟ ଜଳ ପାଇଁ ବୋତଲ ପ୍ୟାକ୍ ହୋିତିବା ପାଣି ଉପରେ ନିର୍ଭର କରିବାକୁ ପଡିବ, କିନ୍ତୁ ସଂଘର୍ଷ ହେତୁ କମ୍ ଯୋଗାଣ ଏବଂ ଅଧିକ ଚାହିଦା ହେତୁ ପାଣିର ଲିଟର ପିଛା ମୂଲ୍ୟ ୧୦୦ ଟଙ୍କାରେ ପହଞ୍ଚିଛି ।ବେତଲ ମୂଲ୍ୟ ୨୦ ଟଙ୍କାରେ ବିକ୍ରି ହେଉଥିଲା ।