ଲ୍ୟାଣ୍ଡି କରିବା ସମୟରେ ବିମାନରେ ଅଗ୍ନିକାଣ୍ଡ

ଟୋକିଓ : ବିମାନରେ ଅଗ୍ନୀକାଣ୍ଡ । ଜାପାନରେ ଲ୍ୟାଣ୍ଡ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯିଇଛି । ଏହି ଘଟଣା ଟୋକିଓ ବିମାନବନ୍ଦରରେ ଘଟିଥିବା କୁହାଯାଉଛି । ଦୁର୍ଘଟଣା କେଉଁ କାରଣରୁ ହୋଇଛି , ସେନେଇ ବତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ । ଏନେଇ ‘ ଏନ ଲଚ କେ ‘ ସୂଚନା ଦେଇଛି । ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ଯେ ବିମାନଟି ଲ୍ୟାଣ୍ଡ କରିବା ସମୟରେ ଅନ୍ୟ କୌଣସି ବିମାନ ସହ ଧକ୍କା ହେବାରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।