ଅପପୃଷ୍ଟି ରୋକିବାକୁ ସରକାର ନେବେ ପଦକ୍ଷେପ : ୨୦୨୪-୨୫ ଆର୍ଥିକ ବର୍ଷରେ ୯୮୬୨୦ ଶିଶୁ ଅପପୃଷ୍ଟିର ଶିକାର

ଭୁବନେଶ୍ୱର : ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦୨୪-୨୫ ଆର୍ଥିକ ବର୍ଷରେ ୯୮୬୨୦ ଶିଶୁ ଅପପୃଷ୍ଟିର ଶିକାରହୋଇଥିବା ସୂଚନା । ଅପପୃଷ୍ଟି ରୋକିବାକୁ ସରକାର ଏହି ସବୁ ପଦକ୍ଷେପ ନେଉଥିବା କହିଲେ ଉପ ମୁଖ୍ୟମନ୍ତ୍ରୀ ।

ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ରରେ ପଞ୍ଜୀକୃତ ୬ ମାସରୁ ୬ ବର୍ଷ ବୟସର ସମସ୍ତ ଶିଶୁ ମାନଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ବର୍ଷକୁ ୩୦୦ ଦିନ ପାଇଁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଅଛି । ଏହି ଯୋଜନା ମାଧ୍ୟମରେ ୬ ମାସରୁ ୩ ବର୍ଷ ବୟସର ସାଧାରଣ ଶିଶୁଙ୍କୁ THR ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଇତ୍ୟାଦି ଯୋଗାଇ ଦିଆଯାଉଅଛି । ଯେଉଁ ଶିଶୁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ମାସକୁ ଅତିରିକ୍ତ ଲଡୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । 3 ବର୍ଷରୁ 6 ବର୍ଷର ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ ଟି ଅଣ୍ଡା ଦିଆଯାଉଅଛି

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା ମାଧ୍ଯମରେ SAM ଶିଶୁ (୬ ମାସରୁ ୫ ବର୍ଷ) ମାନଙ୍କୁ ପ୍ରତିଦିନ ୧୦୦ ଗ୍ରାମ Augmented ଛତୁଆ ଓ ଗୋଟେ ଅଣ୍ଡା ହିସାବରେ ୧୧୨ ଦିନ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଅଛି । SUW ଓ MAM ଶିଶୁ ମାନଙ୍କୁ ବେସନ ଅଟା ମିଶ୍ରଣ, କଦଳୀ ଓ ଅଣ୍ଡା ୭୫ ଦିନ ପାଇଁ ପ୍ରଦାନ କରାଯାଉଅଛି

ଏହା ବ୍ୟତୀତ, ପଡା ପୁଷ୍ଟି କାର୍ଯ୍ୟକ୍ରମ ଅଧୁନରେ ଦୁରାଗମ୍ୟ ଗ୍ରାମରେ ବାସ କରୁଥିବା 3-6 ବର୍ଷ ବୟସର ଶିଶୁ, ଯେଉଁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଆସି ପାରନ୍ତି ନାହିଁ, ସେମାନଙ୍କୁ ଉକ୍ତ ଗ୍ରାମରେ ଉଭୟ ସକାଳ ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥାଏ। ସମ୍ପ୍ରତି, ଏହି କାର୍ଯ୍ୟକ୍ରମ ରାଜ୍ୟର 1843 ଦୁରାଗମ୍ୟ ଗ୍ରାମରେ କାର୍ଯ୍ୟକ୍ଷମ ଅଛି ।