ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ପୂର୍ବରୁ ଷ୍ଟାଡିୟମ ବୁଲି ଦେଖିଲେ IIT ଭୁବନେଶ୍ବରର ବୈଷୟିକ ଟିମ୍‌

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ IIT ଭୁବନେଶ୍ବରର ବୈଷୟିକ ଟିମ୍‌। ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ପୂର୍ବରୁ ଷ୍ଟାଡିୟମ ବୁଲି ଦେଖିଛନ୍ତି। ୮ ଜଣିଆ ଟିମ ଗ୍ୟାଲେରୀ, କର୍ପୋରେଟର ବକ୍ସ, VVIP ବକ୍ସ, ପ୍ୟାଭିଲିୟନ ବୁଲିଛନ୍ତି। ଅନୁଧ୍ୟାନ ପରେ ସରକାରଙ୍କୁ ସ୍ଥିତି ସଂପର୍କରେ ଟିମ ରିପୋର୍ଟ ଦେବ। ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ବେଣ୍ଟି ଖେଳାଯିବ।

ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି । ପିଚ୍ ଏବଂ ଆଉଟ୍ ଫିଲ୍ଡକୁ ପ୍ରସ୍ତୁତ ରଖିବା ଲାଗି କାମ ଚାଲିଛି । ବାରବାଟୀର ଷ୍ଟାଡିୟମର ସବୁଜ ଆଉଟଫିଲ୍ଡ ଏବେ ଟି-ଟ୍ୱେଣ୍ଟି ମ୍ୟାଚ୍ ଅପେକ୍ଷାରେ । ଅନୁକୂଳ ପାଗ ଯୋଗୁଁ ଦୈନିକ ଦୁଇ ଥର ଆଉଟଫିଲ୍ଡ କାମରେ ଲାଗିଛନ୍ତି ଗ୍ରାଉଣ୍ଡସମ୍ୟାନ । ତେଣେ ମ୍ୟାଚ୍ ଲାଗି ପ୍ରସ୍ତୁତ ହେଉଛି ବାରବାଟୀ ପିଚ୍ । ପ୍ରତ୍ୟେକ ରୋଲିଂ ସହିତ ଆବଶ୍ୟକୀୟ ପାଣି ସିଞ୍ଚନ କରାଯାଉଛି । ମ୍ୟାଚ୍ ଲାଗି ୨ଟି ମେନ୍ ପିଚ୍ ରହିଛି । ଯେହେତୁ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳ ହେବ, ତେଣୁ ପିଚ୍ ଏବଂ ଆଉଟଫିଲ୍ଡ ଫାଷ୍ଟ ହେବା ଆବଶ୍ୟକ । କାମ ମଧ୍ୟ ସେହି ମୁତାବକ ହେଉଛି ।